ଖଣି ପଞ୍ଚାୟତ କାର୍ଯ୍ୟଳୟରେ ଭିଜିଲାନ୍ସ ଟିମ

ମୋହନା, (ଅଂଶୁମାନ ପଣ୍ଡା) : ବ୍ଲକ ଅନ୍ତର୍ଗତ ଖଣି ପଞ୍ଚାୟତ କାର୍ଯ୍ୟାଳୟରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନକ ଲ୍ୟାଣକାରୀ ଯୋଜନା ଗୁଡ଼ିକର ଅର୍ଥକୁ ସଠିକ ମାର୍ଗରେ ବିନିଯୋଗ ନକରି ସେହି ଅର୍ଥକୁ ଅଧିକାରୀମାନେ ଆତ୍ମସାତ କରିଥିବାର ଲିଖିତ ଅଭିଯୋଗ କରିଥିଲେ ଗ୍ରାମବାସୀ । ଏଣୁ ଏହାର ତଦନ୍ତ କରିବାପାଇଁ ବ୍ରହ୍ମପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ଶୁକ୍ରବାର ଖଣି ପଞ୍ଚାୟତରେ ପହଞ୍ଚିଛନ୍ତି ଭିଜିଲାନ୍ସ ର ଦୁଇ ଜଣିଆ ଟିମ । ପ୍ରଥମ ଦିନରେ କାର୍ଯ୍ୟାଳୟର ଆବଶ୍ୟକୀୟ ନଥିପତ୍ର ଯାଞ୍ଚ କରି ଅଭିଯୋଗ ପତ୍ରରେ ଲିଖିତ ଥିବା ଗ୍ରାମଗୁଡ଼ିକର କାମ ଗୁଡ଼ିକୁ ଦୁଇଜଣ ଯନ୍ତ୍ରୀ ସୁଧିର ପାଢି ଓ ସରୋଜ ଚନ୍ଦ୍ରମୁନୀ ରାସ୍ତା, ବିଶ୍ରାମଗାର ଓ ଅନ୍ୟାନ୍ୟ କାମର ମେଜେରମେଣ୍ଟ କରିଥିଲେ। ସେହି ଭଳି ମୋହନା ଗ୍ରାମ୍ୟ ଜଳଯୋଗାଣ ଯନ୍ତ୍ରୀ ପଦ୍ମନାଭ ଖଣ୍ଡାଇ ପଞ୍ଚାୟତରେ କୀର୍ଯ୍ୟକାରୀ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଗୁଡିକର ମାପ ଜୁପ କରିଥିଲେ। ତଦନ୍ତ ବେଳେ ସନ୍ଧ୍ୟା ହୋଇଯିବାରୁ ପୁଣି ବକେୟା ରହିଥିବା ଯାଞ୍ଚ ଗୁଡ଼ିକ ପରବର୍ତ୍ତୀ ସମୟରେ ଯାଞ୍ଚ କରାଯିବ ବୋଲି ଭିଜିଲାନ୍ସ ଅଧିକାରୀ ରାଜେନ୍ଦ୍ର ନାୟକ କହିଛନ୍ତି। ଏହି ତଦନ୍ତ ସମୟରେ ପୂର୍ବତନ ଜିପିଇଓ ନରସିଂହ ମାଣ୍ଡାଙ୍ଗି ,ପିଇଓ ପ୍ରଭାକର ପ୍ରଧାନ, ମଧୁପାଲାକି, ସରପଞ୍ଚ ଯମୁନା ମଲ୍ଲିକ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।ଏବଂ ତଦନ୍ତ ସରିବା ପରେ ସତ୍ୟା ସତ୍ୟ ଜଣା ପାରିଲା ପରେ ଅଭିଯୁକ୍ତ ଙ୍କ ଉପରେ ଆଇନ ଅନୁଯାଇ ପଦକ୍ଷେପ ନିଆଯିବ ବୋଲି ଅଧିକାରୀ କହିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ