ଖଣି ବିଭାଗ ଅଧିକାରୀ ଆକ୍ରମଣକାରୀଙ୍କୁ ଖୋଜୁଛି ପୁଲିସ
ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଖଣି ବିଭାଗର ଏନଫୋର୍ସ ମେଣ୍ଟସ୍କ୍ୱାର୍ଡ ଉପରେ ଆକ୍ରମଣ ଘଟଣାରେ ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ୍। ଗତକାଲି ଏହି ଘଟଣାରେ ସମ୍ପୃକ୍ତ ଥିବା ୬ ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ଲାଗି ପୁଲିସ ନନ୍ଦିପଦା ଓ ଆନନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଆକ୍ରମଣର କାରଣ ସମ୍ପର୍କରେ ପୁଲିସ କୌଣସି ସୁଚ଼ନା ଦେଇ ନଥିବା ବେଳେ ଖଣି ବିଭାଗ ଅଧିକାରୀଙ୍କ ବାରମ୍ବାର ଚ଼ଢାଉ ଯୋଗୁଁ ଏପରି ଘଟିଥିବା ଆଲୋଚନା ହେଉଛି । ହାଟଡିହି ଅଞ୍ଚଳରେ ଏବେ ୩ଟି ଲିଜ୍ ଘାଟ ଚାଲୁଥିବା ବେଳେ ଆମ୍ବୋ ଠାରୁ ହାବଳେଶ୍ଵର ପର୍ଯ୍ୟନ୍ତ ୭ରୁ ଉର୍ଦ୍ଧ ବେଆଇନ ବାଲିଘାଟ ଚାଲିଛି। କମ ପରିଶ୍ରମରେ ଅଧିକ ରୋଜଗାର ହେଉଥିବାରୁ ଅନେକ ଲୋକ ଏହି ବାଲି କାରବାରରେ ସାମିଲ ହୋଇଛନ୍ତି। ଅନେକ ଥର ଚଢାଉର ଶୀକାର ହୋଇ ଲକ୍ଷ ଲକ୍ଷ ଟଙ୍କା ଜୋରିମାନା ଦେଉ ଥିବାରୁ ସେଥିରୁ ବର୍ତ୍ତିବା ପାଇଁ ଖଣି ବିଭାଗର ଅଧିକାରୀଙ୍କ ଗତବିଧି ଲକ୍ଷ ରଖିବା ପାଇଁ ପ୍ରତିି ଛକ ବଜାର ମାନଙ୍କରେ ଲୋକ ନିଯୁକ୍ତି ହୋଇ ରହିଛନ୍ତି। ଖଣି ବିଭାଗର ବାରମ୍ବାର ଚଢାଉ ଓ ଖଣି ବିଭାଗର ଅଧିକାରୀ ମାନେ କିଛି ନିର୍ଦ୍ଦିଷ୍ଟ ଗାଡିକୁ ସବୁବେଳେ ଟାର୍ଗେଟ କରୁଥିବାରୁ ଏପରି ଆକ୍ରମଣ କରାଯାଇଥିବା ଚ଼ର୍ଚ୍ଚା ହେଉଛି।