ଖଣ୍ଡଗିରି ମେଳାକୁ ରାଜ୍ୟ ସଂସ୍କୃତି ବିଭାଗ ଦୃଷ୍ଟି ଦେବାକୁ ଦାବି
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଖଣ୍ଡଗିରି କୁମ୍ଭ ମେଳା କେଉଁ କାଳରୁ ହୋଇଆସୁଛି । ଆମ ଜେଜେ ବାପାଙ୍କ ଠାରୁ ଆରମ୍ଭ କରି ଆମ୍ଭ ନାତି ନାତୁଣୀ ପର୍ଯ୍ୟନ୍ତ ଛଅପିଢି ହେବ ଏହି ମେଳା ଆମେ ଦେଖି ଆସୁଛୁ । କାରଣ ଏହା ଆମ ଗାଁ, ଆମ ଅଞ୍ଚଳର ତଥା ରାଜ୍ୟ ବାହାରର ମୁଖ୍ୟ ଧାର୍ମିକ ମେଳା । ଅନେକ ବାବାଜୀ, ସାଧୁ ଏଠାରେ ଥିବା ଗୁମ୍ଫାମାନଙ୍କରେ ଏହି ମେଳାକୁ ଆସି ଅବସ୍ଥାନ କରିଥାନ୍ତି । କିନ୍ତୁ ଖୋଦ୍ ରାଜଧାନୀରେ ଏତେବଡ଼ ଲୋକରଣ୍ୟ ଧାର୍ମିକ ମେଳା ହେଲେ ମଧ୍ୟ ରାଜ୍ୟ ସରକାର ଏହାକୁ ସୁଚାରୁ ରୂପେ ସମ୍ପୂର୍ଣ୍ଣ କରିବା ଏବଂ ଏହାର ଐତିହ୍ୟକୁ ସର୍ବବ୍ୟାପୀ କରିବାରେ ଉଦାସୀନତା ପରିଲକ୍ଷିତ ହୁଏ । ରାଜ୍ୟ ସଂସ୍କୃତି ବିଭାଗ ଏହା ଉପରେ ଦୃଷ୍ଟି ଦେବାକୁ ଆଞ୍ଚଳିକ ଜନସାଧାରଣ ଦାବି କରିଛନ୍ତି ।