ଖଣ୍ଡଦେଉଳି ମହିମା ଗାଦିରେ ମାଘମେଳା ଅନୁଷ୍ଠିତ

ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର): ଅଲେଖ ମହିମା ଧର୍ମାବଲମ୍ବୀଙ୍କ ପୂର୍ଣ୍ୟକ୍ଷେତ୍ର ଢେଙ୍କାନାଳର ଯୋରନ୍ଦା ମହିମା ଗାଦିରେ ପ୍ରତ୍ୟେକ ବର୍ଷ ମାଘମାସ ଶୁକ୍ଳପକ୍ଷ ତୃତୀୟାରେ ଆରମ୍ଭ ହୋଇ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ତିନିଦିନ ଧରି ମାଘମେଳା ଅନୁଷ୍ଠିତ ହୋଇଥାଏ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଖମ୍ବାରିଗାଁ ପଞ୍ଚାୟତ ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମ ସ୍ଥିତ ମହିମା ଗାଦିରେ ଅଲେଖ ମହିମା ଧର୍ମର ମାଘ ମେଳାଅନୁଷ୍ଠିତ ହୋଇ ଥିଲା।
ଗ୍ରାମଠାରୁ ଦେଢ଼ କିଲୋମିଟର ଦୂର ନଦୀ କୂଳରେ ଅବସ୍ଥିତ ମହିମା ଗାଦିରେ ଅନୁଷ୍ଠିତ ହେଉଥିବା ଏହି ମାଘ ମେଳାରେ ସ୍ଥାନୀୟ ପାତ୍ରପୁର, ଚିକିଟି ଏବଂ ପଡୋଶି ରାଜ୍ୟ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାରୁ ବହୁ ମହିମା ଧର୍ମର ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ଖଣ୍ଡଦେଉଳି ଗ୍ରାମ ପକ୍ଷରୁ ସାମୁହିକ ଭାବେ ଉକ୍ତ ମହିମା ଧର୍ମ ପ୍ରକାରେ ମାଘ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ଦିନ ଏଠାରେ ହୋମ ଯଜ୍ଞର ଆୟଜନ କରିବା ସହ ଚୁଡା ଓ ଗୁଡରେ ତିଆରି ଏକ ସ୍ବତନ୍ତ୍ର ପ୍ରସାଦ ସମର୍ପଣ ଓ ସମସ୍ତ ଭକ୍ତଙ୍କ ପାଇଁ ଅନ୍ନଦାନ ଆୟୋଜନ କରିଥିଲେ। ଗ୍ରାମର ସମସ୍ତ ମହିଳା ଓ ପୁରୁଷ ମହିମା ଗାଦିରେ ପହଞ୍ଚି ଏଠାକୁ ଆସୁଥିବା ଜନସାଧାରଣଙ୍କ ପାଇଁ ସମସ୍ତ ପ୍ରକାରର ସୁରକ୍ଷା ଓ ସହଯୋଗର ହାତ ବଢାଇଥାନ୍ତି। ମାଘ ମେଳାରେ ସନ୍ଧ୍ୟା ଆଳତି, ହୋମଯଜ୍ଞ, ଝାଡ ଦୀପ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ବହୁ ଜନ ସମାଗମ ହେବା ଫଳରେ ଏହି ମାଘ ମେଳାର ମୁଖ୍ୟ ଆକର୍ଷଣ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ