ଖଣ୍ଡଦେଉଳି ହାଇସ୍କୁଲରେ ୫୫ତମ ବାର୍ଷିକ ଉତ୍ସବ
ଗଂଜାମ, (ବିନୋଦ ପଲାଇ):ଖଣ୍ଡଦେଉଳି ହାଇସ୍କୁଲରେ ୫୫ତମ ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ଡଃ ଶଙ୍କର ନାରାୟଣ ବେଜ୍ ଙ୍କ ସଭାପତିତ୍ବରେ ଆୟୋଜିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ଶ୍ରୀଯୁକ୍ତ କେ. ରବି କୁମାର ( ଅର୍ଜୁନ ପୁରସ୍କାରପ୍ରାପ୍ତ, ଡି.ଏସପି ) ଯୋଗ ଦେଇ ସଂଘର୍ଷରୁ ସଫଳତା ପାଇବାକୁ ହେଲେ କଠିନ ପରିଶ୍ରମ ଏବଂ ଶୃଙ୍ଖଳା ନିହାନ୍ତ ଆବଶ୍ୟକ ବୋଲି ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଦେଲେ । ମୁଖ୍ୟବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଚିତ୍ରା ପାଣିଗ୍ରାହୀ ଯୋଗ ଦେଇଥିଲେ । ମୋବାଇଲ୍ ଠାରୁ ଦୂରରେ ରହିବା ପାଇଁ ପିଲାମାନଙ୍କୁ ସେ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ମହାରଣା, ସରପଞ୍ଚ ବୈରାଗୀ ବେହେରା, ସମିତିସଭ୍ୟା ଏସ୍ . ସାବିତ୍ରୀ, ପୂର୍ବତନ ପ୍ରଧାନଶିକ୍ଷକ ରାମଚନ୍ଦ୍ର ଗୈାଡ ଏବଂ ରାମଚନ୍ଦ୍ର ନାୟକ, ସ୍କୁଲ ପ୍ରତିଷ୍ଠାତା ସଦସ୍ୟ ଅଭିରାମ ବେହେରା, ଏସ୍ ଏମ୍ ସି ସଭାପତି ରାମଚନ୍ଦ୍ର ଜେନା ଯୋଗ ଦେଇଥିଲେ । ପ୍ରାରମ୍ଭରେ ଶିକ୍ଷୟତ୍ରୀ ଶ୍ରଦ୍ଧାଞ୍ଜଳି ବଡ଼ଜେନା ବେଦପାଠ କରିବା ସହ ପ୍ରଧାନଶିକ୍ଷକ ବିବରଣୀପାଠ କରିଥିଲେ । ଶିକ୍ଷୟତ୍ରୀ ନିରୂପମା ଦୋରା ଏବଂ ପ୍ରିୟଦର୍ଶିନୀ ମହାନ୍ତି ସଭା ସଂଯୋଜନା କରିଥିଲେ । ବାୟାବାବୁ ସାହୁ ଏବଂ ଶୁଭଶ୍ରୀ ଗୈାଡ ଙ୍କୁ ମଣି ଗାୟତ୍ରୀ ପୁରସ୍କାର ଦିଆଯାଇଥିଲା। ବିଜ୍ଞାନ ଶିକ୍ଷକ ବିଘ୍ନରାଜ ଦାସ୍ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଶିକ୍ଷକ ସିଲୁ କୁମାର ବେଜଙ୍କ ସଂଯୋଜନାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଉରୀ ଗୈାଡ , ଉଲ୍ଲାସଚନ୍ଦ୍ର ବେହେରା ସହ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସାହାଯ୍ୟ କରିଥିଲେ ।