ଖଣ୍ଡଦେଉଳି ହାଇସ୍କୁଲ ର ୫୪ତମ ବାର୍ଷିକ ଉତ୍ସବ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ହାଇସ୍କୁଲ ର ୫୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ଡ଼ଃ, ଶଙ୍କର ନାରାୟଣ ବେଜ ଙ୍କ ପୌରୋହିତ ରେ ଅନୁଷ୍ଠିତ ଉତ୍ସବରେ ରେ ମୁଖ୍ୟଅତିଥିଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା , ମୁଖ୍ୟବକ୍ତା ଭାବେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଟା ପ୍ରାଧାନ,ସମ୍ମାନିତ ଅତିଥିଭାବେ ବ୍ଳକ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା,,ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ସ୍ୱାଇଁ,ସ୍ଥାନୀୟ ସରପଞ୍ଚ ବୈରାଗୀ ବେହେରା, ସମିତିସଭ୍ୟା ଏସ. ସାବିତ୍ରୀ, ଜିଲ୍ଲା ଶିକ୍ଷାଅଧିକାରୀ ଅମିତା ପଟ୍ଟନାୟକ,ସ୍କୁଲ ପ୍ରତିଷ୍ଟାତା ସଭ୍ୟ ଅଭିରାମ ବେହେରା, ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷା ପରିଦର୍ଶକ ନିରଞ୍ଜନ ତ୍ରିପାଠୀ, ପୂର୍ବତନ ସରପଞ୍ଚ ବଂଶୀଧର ଗୌଡ଼, ପୂର୍ବତନ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ନାୟକ, ପୂର୍ବତନ ସମିତିସଭ୍ୟ କୈଳାସ ଚନ୍ଦ୍ର ସ୍ୱାଇଁ,ପୂର୍ବତନ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଗୌଡ଼ ପ୍ରମୁଖ ଯୋଗଦେଇଥିଲେ।ବିଘ୍ନରାଜ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରାରମ୍ଭରେ ଶ୍ରଦ୍ଧାଞ୍ଜଳି ବଡ଼ଜେନା ଓ ବନିତା ଜେନା ସ୍ୱାଗତ ସଙ୍ଗୀତ ଗାନ କରିଥିଲେ l ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ର ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟଶିକ୍ଷା ପରାମର୍ଶ ଦାତା ଉପେନ୍ଦ୍ର ତ୍ରିପାଠୀଙ୍କ ଉଚ୍ଚ ପ୍ରଶଂସା କରିଥିଲେ l ତାଙ୍କର ଧର୍ମପତ୍ନୀ ଙ୍କ ସ୍ୱର୍ଗତା ମଣି ଗାୟତ୍ରୀଙ୍କ ସୃତି ଉଧେଶ୍ୟ ରେ ଅତିଥି ମାନେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା l ଶେଷରେ ଛାତ୍ରମାନଙ୍କ ଦ୍ୱାରା ଅତ୍ୟାଚାରୀଙ୍କୁ ଶାସ୍ତି ଦିଅ,ଛାତ୍ରୀ ମାନଙ୍କ ଦ୍ୱାରା ନ୍ୟାୟମେବ ଜୟତେ ଶ୍ରୀସିଲୁ ବେଜ ଦ୍ୱାରା ରଚିତ ଓ ନିର୍ଦ୍ଧେଶିତ ନାଟକ ପରିବେଷଣ କରାଯାଇଥିଲା l ଶିକ୍ଷକ ବାଉରୀବନ୍ଧୁ ଗୌଡ଼, ଉଲ୍ଲସ ଚନ୍ଦ୍ର ବେହେରା ପ୍ରମୁଖଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ l