ଖଣ୍ଡବନ୍ଧ ପଞ୍ଚାୟତ ଠାରେ ଆୟୋଜିତ ହେଲା ଉଦ୍ୟାନ କୃଷି କର୍ମଶାଳା

ଢେଙ୍କାନାଳ, (ଯୁଗାବ୍ଦ ନ୍ୟୁଜ):ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଖଣ୍ଡବନ୍ଧ ପଞ୍ଚାୟତ ସଭାଗୃହ ପରିସରରେ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହେଇଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀମତୀ ଗୀତାଞ୍ଜଳି ପାଢ଼ୀ, ଉଦ୍ୟାନ କୃଷି ଇଂଞ୍ଜିନିୟର ଶ୍ରୀଯୁକ୍ତ ଆଶୁତୋଷ ବେହେରା ଗଁଦିଆ ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଦିଲ୍ଲୀପ କୁମାର ଦାସ ଉପସ୍ଥିତ ଥିଲେ । ଆୟୋଜିତ କାର୍ଯ୍ୟକ୍ରମର ପୃର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଅଶୋକ କୁମାର ସ୍ୱାଇଁ ଯୋଗ ଦେଇଥିଲେ । ରାଜ୍ୟରେ ଚାଷ ହେଉଛି ଅର୍ଥନୀତିର ଏକ ମେରୁଦଣ୍ଡ ଅଟେ l ସମସ୍ତ ଚାଷୀଙ୍କୁ କୃଷକ ଓଡିଶା ରେଜିଷ୍ଟ୍ରେସନ କରିବା ସହ ଧାନ ଫସଲ ପରି କିପରି ଉଦ୍ୟାନ କୃଷି ଯଥା କାଜୁ, ଆମ୍ବ,କଦଳୀ, ଡ୍ରାଗନ ଫ୍ରୁଟ , ଡାଳିମ୍ବ, ଅମ୍ବୃତ ଭଣ୍ଡା, ଗେଣ୍ଡୁ, ଗୋଲାପ, ରାଜନୀଗନ୍ଧା, ଚାଷ, ଆଳୁ, ତରଭୁଜ,ଓ ଶଙ୍କର କିସମ ପନିପରିବା, ଛତୁ ଚାଷ ଭଳି ବିଭିନ୍ନ ଉଦ୍ୟାନ କୃଷି ଭିତ୍ତିକ ଚାଷ କରି ଚାଷୀ ମାନେ ରୋଜଗାର କ୍ଷମ ହେବେ ଓ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ରାଜ୍ୟ ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା ମାଧ୍ୟ୍ୟମରେ ବିଭିନ୍ନ ପ୍ରକାର ପ୍ରୋଜେକ୍ଟ ବିଷୟରେ ଆଲୋଚନା କରିବା ସହ ଏହାର ପ୍ରଣାଳୀ ଓ ଆମଦାନୀ ସହ ବିକ୍ରି କରି କେତେ ଲାଭ ପାଇପାରିବେ ଓ ଏହାର ଯତ୍ନ କିପରି ନେବା ସହ ଉଦ୍ୟାନ କୃଷି ର ବିକାଶ, କୃଷକ ମାନଙ୍କୁ ଉତ୍ତମ ଜ୍ଞାନକୌଶଳ ଶିକ୍ଷା, ବିଭିନ୍ନ ସରକାରୀ ଯୋଜନା ବିଷୟରେ ସେ ନେଇ ଉପସ୍ଥିତ ଚାଷୀ ଓ କୃଷି ମିତ୍ର ମାନଙ୍କୁ ଅତିଥି ମାନେ ପ୍ରଶିକ୍ଷଣ ଦେଇଥିଲେ l ଏଥିରେ ଶହେ ରୁ ଉର୍ଦ୍ଧ ବହୁ ଚାଷୀଙ୍କ ସମେତ ମହିଳା ମାନେ ଓ କୃଷି ମିତ୍ର ମାନେ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ଟିର ପରିଚଳନାରେ ସହଯୋଗ କରିଥିଲେ ଏଚଇଡବ୍ଲୁ ଦୀପକ ସାମଲ ଓ ହରିହର ବରାଳଙ୍କ ସମେତ ପ୍ରମୁଖ ଉପସ୍ଥିତ ଥିଲେ l ପରିଶେଷରେ ଯୁବ ଉଦ୍ୟୋଗୀ ଚାଷୀ ଗୋପବନ୍ଧୁ ବେହେରା ରାଜ୍ୟ ସରକାରଙ୍କର ଦ୍ଵାରା ମିଳୁଥିବା ବିଭିନ୍ନ ଯୋଜନା ମାଧ୍ୟ୍ୟମରେ ଚାଷୀ ଭାଇ ମାନେ ଉଦ୍ୟାନ ବିଭାଗ ତରଫରୁ ଉଦ୍ୟାନ ଭିତ୍ତିକ ଚାଷ କରି ଲାଭବାନ ହେଇପରିବା ସହ ସମସ୍ତ ଅତିଥିଙ୍କୁ ଓ ଚାଷୀ ଭାଇମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ