ଖଣ୍ଡା ଚୋଟରେ ଯୁବକ ଗୁରୁତର

ଦିଗପହଣ୍ଡି , (ଯୁଗାବ୍ଦ ନ୍ୟୁଜ): ପୈତୃକ ସଂପତ୍ତି ଆମ୍ବତୋଟାର ଭାଗିଦାରକୁ କେନ୍ଦ୍ରକରି ଶୁକ୍ରବାର ଅପରାହ୍ନ ୨ ଟାରେ ଗୋକର୍ଣ୍ଣପୁର ଗ୍ରାମର ଜଣେ ଯୁବକଙ୍କୁ ସଂଘ ବଦ୍ଧଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଖଣ୍ଡା ଚୋଟରେ ଯୁବକ ଜଣକ ଗୁରୁତର ଆହାତ ହୋଇଛ ି । ଆହାତ ଯୁବକ ଜଣକଙ୍କ ପରିଚୟ ରୋଡ ସାହି ବାସିନ୍ଦା ଏନ୍ କୃର୍ଷ୍ଣମୁର୍ତ୍ତି ରେଡ୍ଡି । ସେ ଖାଇ ପୋଖରୀରୁ ଗାଧୋଇ ଘରକୁ ଆସୁଥିବା ବେଳେ ତାଙ୍କର ସଂପର୍କୀୟ ଭାଇ ଏନ୍ ରାଜା ରେଡ୍ଡି ଏବଂ ଏନ୍ ଜିତୁ ରେଡ୍ଡି ତାଙ୍କୁ ଖଣ୍ଡରେ ଆକ୍ରମଣ କରିଥିବା କଥା ସେ କହିଛନ୍ତି । ତାଙ୍କ ର ମୁଣ୍ଡରେ ଗଭୀର ଆଘାତ ଲାଗିଛି ।ଗୁରୁତର ଅବସ୍ଥାରେ ଦିଗପହଣ୍ଡି ମେଡିକାଲରେ ପରିବାର ଲୋକ ତାଙ୍କୁ ଭର୍ତ୍ତିକରିଛନ୍ତି । ଦୁଇ ପରିବାର ମଧ୍ୟରେ ଉତେଜନା ଲାଗି ରହିଥିବା ବେେଳେ ଆକ୍ରମଣ ସଂପର୍କିୟ ଖବର ଥାନା ରେ ଏତଲା ହୋଇନଥିବା ପୋଲିସ କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ