ଖଣ୍ଡୋକଟା ବିରାଟ ଧନୁଯାତ୍ରାର ଦ୍ୱିତୀୟ ସନ୍ଧ୍ୟା କୃଷ୍ଣ ଙ୍କୁ ହତ୍ୟା ପାଇଁ ପୁତନା ପ୍ରେରଣ

କୁଚିଣ୍ଡା, (ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ଖଣ୍ଡୋକଟାରେ ଆରମ୍ଭ ହୋଇଥିବା ୩୨ତମ ଧନୁଯାତ୍ରା ରବିବାର ଦ୍ୱିତୀୟ ସନ୍ଧ୍ୟାରେ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଗୋପପୁରରେ କୃଷ୍ଣ ଜନ୍ମ ଖବର ଶୁଣି କଂସ ବିବ୍ରତ ହୋଇ ହତ୍ୟା ଷଡଯନ୍ତ୍ର ରଚନା କରିଥିଲେ।ପରେ କଂସଙ୍କୁ ହତ୍ୟା ପାଇଁ ଗୋପପୁରକୁ ପୁତନା ରାକ୍ଷାସୀଙ୍କୁ ପ୍ରେରଣ କରିବାସହ ଦୁର୍ମିଳା ରାକ୍ଷାସ ବଧ ଆଦି ନାଟ୍ଯ ଅଭିନୟ ହୋଇଥିଲା।କୁଚିଣ୍ଡା ତହସିଲଦାର ମିତାଲି ମଧୁସ୍ମିତା ଦଳେଇ ରାଜକୀୟ ଅତିଥିଭାବେ ଯୋଗଦେଇ ମଥୁରା ନଗରୀର ତଫସିଲଭୁକ୍ତ ଜନଜାତି ପ୍ରଜାଙ୍କୁ ଜଙ୍ଗଲଜମି ପଟ୍ଟା ଆବେଦନର ପ୍ରକ୍ରିୟା ସମ୍ପର୍କରେ ସୂଚନା ଦେଇଥିଲେ।କୁଚିଣ୍ଡା ବିଡିଓ ଜୟନ୍ତ ସାହୁ ଯୋଗଦେଇ କଳା ସଂସ୍କୃତି ବଜାୟ ରଖିବା ଉପରେ ବକ୍ତବ୍ଯ ଦେଇ ସୁଭଦ୍ରା ଯୋଜନାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।କୁଚିଣ୍ଡା ଅତିରିକ୍ତ ତହସିଲଦାର ଅନିମା ସୋରେଙ୍ଗ ଜମିଜମା ସମ୍ପର୍କୀତ ଫଇସଲା ଉପରେ ଆଲୋକପାତ କରିଥିଲେ।କିଶୋର କୁମାର ସାହୁ ଏବଂ ଧନୁଯାତ୍ରା କମଟି ସଭାପତି ପୂର୍ଣ୍ଣଚନ୍ଦ୍ର ପଟେଲ ମଞ୍ଚ ପରିଚାଳନା କରିଥିଲେ।ପରେ କଂସଙ୍କ ଦରବାରେ କେଉଁଝରର ଶାନ୍ତାଳୀ ନୃତ୍ୟ,ଖୋର୍ଦ୍ଧାର ପାଇକ ଆଖଡା,ସମ୍ବଲପୁର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ ଗିତ, ନୃତ୍ୟ ଓ ବାଦ୍ୟ ପରିବେଷଣ କରାଯାଇଥିଲା।ଧନୁଯାତ୍ରାରେ ୧୫ଶହରୁ ଉର୍ଦ୍ଧ୍ବ ବିଭିନ୍ନ ଦୋକାନ ବଜାର ଲାଗିଥିବା ବେଳେ ମୀନା ବଜାର ଓ ପଲ୍ଲିଶ୍ରୀ ମେଳାରେ ଲାଗିଥିବା ୧୦୦ ଦୋକାନ ମୁଖ୍ୟ ଆକର୍ଷଣ ପାଲଟିଛି।ରଙ୍ଗବେରଙ୍ଗର ଲାଇଟ ସଜ୍ଜା ସାଙ୍ଗକୁ ସୁନ୍ଦର ତୋରଣ ସମଗ୍ର ଖଣ୍ଡୋକଟା ଧନୁଯାତ୍ରାକୁ ଅଧିକ ଶୋଭା ବର୍ଦ୍ଧନ କରୁଛି।ପାଞ୍ଚ ଦିନ ଧରି ହେବାକୁ ଥିବା ଧନୁଯାତ୍ରା ୧୨ରେ ଉଦଯାପିତ ହେବ।ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା କୁଚିଣ୍ଡା ଆଇଆଇସି ବାମଦେବ ଶଙ୍ଖୁଆଳ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ