ଖଣ୍ଡୋକଟା ୩୨ତମ ବିରାଟ ଧନୁଯାତ୍ରା ର ତୃତୀୟ ଦିନ

କୁଚିଣ୍ଡା, (ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅର୍ନ୍ତଗତ ଖଣ୍ଡୋକଟାରେ ଚାଲିଥିବା ୩୨ତମ ବିରାଟ ଧନୁଯାତ୍ରା ମହୋତ୍ସବ ର ସୋମବାର ତୃତୀୟ ସନ୍ଧ୍ୟାରେ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋପପୁରରେ ନନ୍ଦୋତ୍ସବ ସହ କୃଷ୍ଣଙ୍କ ଦ୍ବାରା ପୁତନା ବଦ୍ଧ,ଷଣ୍ଢାସୁର,ବକାସୁର ଓ ଶକଟାସୁର ବଧ ଆଦି ହୋଇଥିଲା। ମହାରାଜ କଂସ ଅପରାହ୍ନରେ ମଥୁରା ନଗରୀର ଲାଖୋପଡାକୁ ଦିଗବିଜୟରେ ଯାଇ ପ୍ରଜାମାନଙ୍କ ସମସ୍ୟା ପଚାରୀ ବୁଝିଥିଲେ।ସନ୍ଧ୍ୟା ସାଢେ ୭ଟାରେ ସମ୍ବଲପୁର ଉତ୍ତରାଞ୍ଚଳ ପୋଲିସ ଡିଆଇଜି ହିମାଂଶୁ ଲାଲ ଏବଂ ଏସପି ମୁକେଶ ଭାମୁ ରାଜଅତିଥି ଭାବେ ଯୋଗ ଦେଇଥିଲେ।ମହାରାଜ କଂସ ମଥୁରା କଟକରେ ଆଇନଶୃଙ୍ଖଳା ରକ୍ଷା କରିବାକୁ ଅଧିକାରୀ ଦ୍ବାୟଙ୍କୁ ନିର୍ଦ୍ଦେଶ ଦେଇଥିଲେ।ରାତି ୯ଟାରେ କଂସଙ୍କ ଦରବାରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ମୁକେଶ ମହାଲିଙ୍ଗ ରାଜ ଅତିଥିଭାବେ ଯୋଗଦେଇ ଖୁବଶୀଘ୍ର ମଥୁରା କଟକର ବିଭିନ୍ନ ଡାକ୍ତର ଖାନାରେ ଖାଲିଥିବା ଡାକ୍ତର ପଦବୀ ପୂରଣ କରିବାକୁ କହିଥିଲେ।କୁଚିଣ୍ଡା ଉପଜିଲ୍ଲାପାଳ ଗୌରବମୟ ପ୍ରଧାନ ଅନ୍ୟତମ ରାଜ ଅତିଥିଭାବେ ଯୋଗଦେଇ ଥିଲେ।ମଳୟ ବେହେରା ମଞ୍ଚ ପରିଚାଳନା କରିଥିଲେ।ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ