ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ମେସିନ୍

ଘଟଗାଁ,(ଯୁଗାବ୍ଦ ନ୍ୟୁଜ୍) :ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତିବର୍ଷ କୃଷି ଓ ପଶୁ ସଂମ୍ପଦକୁ ଅନେକ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଥିବା ବେଳେ ୍ରପରିଚାଳନାର ତ୍ରୁଟି କାରଣରୁ ଦୀର୍ଘ ୧ ଧରି କୁକୁଡା ଚିଆଁ ଫାର୍ମକୁ ବନ୍ଦ କରିଦିଆଯାଇଛି । ବନ୍ଦ କରିବା ଫଳରେ ଲୋକ ମାନେ କୁକୁଡା ଅଣ୍ଡା ଓ କୁକୁଡା ମାଂସ ପାଇଁ ଅନ୍ୟ ଅଂଚଳ ଉପରେ ନିର୍ଭର କରିଥିବର ଦେଖିବାକୁ ମିଳିଛି । ସୁଲଭ ମୁଲୃ ଠାରୁ ଅଧିକ ମୁଲ୍ୟ ଦେଇ କ୍ରୟ କରିବାକୁ ପଡୁଛି ଯାହାଫଳରେ ଅଂଚଳର ସ୍ଥାନୀୟ ଲୋକେ ବନରାଜ କୁକୁଡା ପାଇବାରୁ ବଞ୍ଚିତ ହେଉଛନ୍ତି । ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି । . ମାତ୍ର କିଛି ଅଧିକାରୀଙ୍କ ଉଦାସୀନ ମନୋଭାବ କାରଣରୁ ଅନେକ କ୍ଷେତ୍ରରେ ଯୋଜନା ଫେଲ ମାରିଥିବା ଦେଖା ଯାଇଛି . ଯାହା ପ୍ରମାଣିତ କରୁଛି ବନ୍ଦ ହୋଇ ପଡିଥିବା ହରିଚନ୍ଦନପୁର ବ୍ଲକରେ ଥିବା କୁକୁଡା ଉତ୍ପାଦନ କେନ୍ଦ୍ର . ୩ ଦଶନ୍ଧି ଧରି ଜିଲ୍ଲାର ଏକ ମାତ୍ର କୁକୁ଼ଡା ଫାର୍ମ ଭାବେ ପରିଚିତ ଏହି କେନ୍ଦ୍ର ପରିଚାଳନା ତୃଟି କାରଣରୁ ବନ୍ଦ ହୋଇ ପଡିଥିବା ବେଳେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ମେସିନ ଖତ ହେବାକୁ ଯାଉଛି . ଅନ୍ୟ ପଟେ ଅଞ୍ଚଳ କୁକୁଡା ଚାଷୀ ଓ ସ୍ବୟଂ ସହାୟିକା ମହିଳା କୁକୁଡା ଚିଆଁ ପାଇଁ ଦୁର ସ୍ଥାନକୁ ଯିବା ପାଇଁ ପଡୁଥିବା କାରଣରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି . ।କେନ୍ଦ୍ର ପାଇଁ ତିଆରି ନୂତନ ଘର ଛାତରୁ ପାଣି ଗଳୁଥିବା କାରଣରୁ ମେସିନ ସବୁ ପାଣି ଖାଇ ଖତ ଖାଇବାକୁ ବସିଲାଣି . ଏଥି ସହ ପାଳନ କେନ୍ଦ୍ର ଘର ଏବେ ଜରାଜିର୍ଣ୍ଣ ଅବସ୍ଥାରେ ପଡିଥିବା ବେଳେ ରକ୍ଷଣା ବେକ୍ଷଣା ଅଭାବ କାରଣରୁ ବିଦ୍ୟୁତ ଟ୍ରାନ୍ସଫର୍ମର, ଡିଜି ଓ ପାଣି ମଟର ନଷ୍ଟ ହୋଇ ଗଲାଣି . ଅନ୍ୟ ପଟେ ନରାଜ କୁକୁଡାର ଚାହିଦା କମିଯିବା କାରଣରୁ କେନ୍ଦ୍ର ବନ୍ଦ ହୋଇଥିବା ଜିଲ୍ଲା ପଶୁ ବିଭାଗ ସଫେଇ ଦେଇଛି . ତେବେ ବନ୍ଦ ହୋଇଥିବା ଏହି ଉତ୍ପାଦନ କେନ୍ଦ୍ରର କର୍ମଚାରୀ ଅନ୍ୟତ୍ର ବଦଳି ହୋଇଯିବା କାରଣରୁ ବର୍ତମାନ ଚଲାଇବା ସମ୍ଭବ ନୁହେଁ ବୋଲି ବ୍ଲକ ପଶୁ ଚିକିତ୍ସା ଅଧିକାରୀ କହିଛନ୍ତି . ଉପରସ୍ଥ ଅଧିକାରୀଙ୍କୁ ଅବଗତ କରାଇ ବର୍ଷା ଦିନ ପରେ ମେସିନ ମରାମତି କରିବା ସହ ପୁଣି ଥରେ କେନ୍ଦ୍ର ଚାଲୁ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ସ୍ଥାନୀୟ ସ୍ବୟ ସହାୟିକା ମହିଳାଙ୍କୁ ଉତମ ତାଲିମ ସହ ବନରାଜ କୁକୁଡା ପ୍ରଦାନ କରାଗଲେ ସରକାରଙ୍କ କେନ୍ଦ୍ର ସ୍ଥାପନ ଉଦେଶ୍ୟ ପୁରଣ ହେବା ସହ ସ୍ଥାନୀୟ ଚାଷୀ ଓ ସ୍ବୟ ସହାୟିକା ଗାଷ୍ଟିର ମହିଳା ସ୍ବାଭଲମ୍ବୀ ହୋଇପାରିବେ ବୋଲି ଆଶା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ