ଖଦା ଓ ଶିକା ସାନ୍ତାଳ ଜନଜାତିଙ୍କ ସନ୍ତକ

ଦଶରଥ ହେମ୍ବ୍ରମ୍‌
କବିବର ରାଧାନାଥ ରାୟ ଲେଖିଛନ୍ତି “କେହି ରହି ନାହିଁ, ରହିବେ ନାହିଁଟି, ଭବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି, ବାହୁଡ଼ିବେ କାଳବଳେ” । ବାସ୍ତବରେ ଏହା ସତକଥା ହେଲେ ମଧ୍ୟ ସାନ୍ତାଳ ସମାଜରେ ଥିବା ପରମ୍ପରା ଅନୁସାରେ ନାରୀ ଓ ପୁରୁଷଙ୍କ ମୃତ୍ୟୁ ପରେ ତାଙ୍କ ନାମଟି ନାତି ନାତୁଣୀଙ୍କ ପାଖରେ ଛାଡ଼ିଦେଇଥାନ୍ତି, ଯୁଗଯୁଗ ତାହା ବଞ୍ଚିଥାଏ, କେବେ ମରିବାକୁ ଦିଅନ୍ତି ନାହିଁ । ସାନ୍ତାଳ ଜାତିରେ ଏହି ନାମଦିଆ ପରମ୍ପରା କେଉଁ ଆବାହମାନ କାଳରୁ ପ୍ରଚଳିତ ହୋଇଆସୁଛି, ତାହାର ପ୍ରମାଣ କେବଳ ସାନ୍ତାଳ ପରିବାରରେ ହିଁ ବିଦ୍ୟମାନ । ପୁଅ ଜନ୍ମହେଲେ ଜେଜେବାପାଙ୍କର ଏବଂ ଝିଅ ଜନ୍ମ ହେଲେ ଜେଜେମାଆଙ୍କ ନାମ ଦିଆଯାଏ । କେବଳ ନାମକରଣ କ୍ଷେତ୍ରରେ ନୁହେଁ, ଏମିତି ଅନେକ ପରମ୍ପରା ଓ ପ୍ରଥା ସାନ୍ତାଳ ସମ୍ପ୍ରଦାୟରେ ପ୍ରଚଳିତ । ତନ୍ମଧ୍ୟରୁ ଖଦା ଓ ଶିକା ପରମ୍ପରା ଅନ୍ୟତମ ।ସାନ୍ତାଳ ନାରୀ ଏବଂ ପୁରୁଷମାନେ କଳାପ୍ରିୟ କହିଲେ ଅତ୍ୟୁକ୍ତି ହେବନାହିଁ । କଳାକୁ ନିଜ ଭିତରେ କିପରି ବଞ୍ଚାଇ ରଖିବାକୁ ହେବ ସେନେଇ ସେମାନେ ପସନ୍ଦମୁତାବକ ଘରର କାନ୍ଥରେ ରଙ୍ଗ ମାଟି ବ୍ୟବହାର କରି ବିଭିନ୍ନ ପ୍ରକାର ଚିତ୍ର ଆଙ୍କିଥାଆନ୍ତି ଏବଂ ଘରକୁ ସୁନ୍ଦର ଭାବରେ ସଜେଇ ଦେଇଥାନ୍ତି । ଯାହା ବର୍ତ୍ତମାନ ସମୟରେ ସାମାଜିକ ଗଣମାଧ୍ୟମରେ ପ୍ରଚାର ଓ ପ୍ରସାର କରି ଲୋକଲୋଚନକୁ ଅଣାଯାଉଛି, ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଉଛି । ତା’ଛଡ଼ା ମଣିଷ ଶରୀରରେ ଚିତା କୁଟାଇବା ପରମ୍ପରା ସଭ୍ୟତା ଆରମ୍ଭରୁ ରହି ଆସିଅଛି, ଯାହାକୁ ଖଦା ଓ ଶିକା ବୋଲି କୁହାଯାଏ । ସାନ୍ତାଳ ନାରୀମାନଙ୍କ ପାଇଁ ଖଦା ଏବଂ ପୁରୁଷଙ୍କ ପାଇଁ ଶିକା ପ୍ରଯୁଜ୍ୟ । ସାନ୍ତାଳମାନେ ଯେ କେବଳ ନିଜ ଅଙ୍ଗପ୍ରତ୍ୟଙ୍ଗରେ ଚିତା କୁଟାଇଥାଆନ୍ତି ତାହା ନୁହଁ, ଗୃହପାଳିତ ପଶୁଙ୍କ ଶରୀରରେ ମଧ୍ୟ ଦାଆକୁ ଗରମ କରି ଚେଙ୍କରେ ନିଜ ନିଜର ଗୋତ୍ର ସନ୍ତକକୁ ଖୋଦନ କରି ଦେଇଥା’ନ୍ତି । କାରଣ, ସେହି ଗୃହପାଳିତ ପଶୁଟି ଯଦି ହଜିଗଲା କିମ୍ବା ଘରୁ ପଳେଇଗଲା ଏବଂ କିଛି ଦିନପରେ ମିଳିଗଲା, ତା’କୁ ଚିହ୍ନିବା ସହଜ ହୁଏ ।ସାନ୍ତାଳ ପ୍ରଥା ଅନୁସାରେ ଖଦା ଓ ଶିକା ଏକ ସାମାଜିକ ଚିହ୍ନ ବହନ କରିଥାଏ । ତେଣୁ ସାନ୍ତାଳ ଝିଅ ବିବାହ ପୂର୍ବରୁ ବାମ ହାତ, ଗୋଡ଼, କାନ୍ଧ, ବାମ ପାଖ ବେକ ଓ ଛାତିରେ ଚିତା କୁଟାଇଥାଆନ୍ତି । ସେ ଝିଅର ବିବାହ ପରେ ଡାହାଣ ହାତ, ଗୋଡ଼, କାନ୍ଧ, ବେକ ଓ ଛାତିରେ ନିଶ୍ଚିତଭାବେ ଚିତା କୁଟା ଯାଇଥାଏ । କିନ୍ତୁ ବିବାହ ପୂର୍ବରୁ ଯଦି କୌଣସି ଝିଅ ଚିତା କୁଟାଇ ନଥାଏ, ତେବେ ସେହି ଝିଅ ଶାଶୁ ଘରେ କନ୍ୟାର ମର୍ଯ୍ୟାଦା ପାଏନାହିଁ ବୋଲି ପରମ୍ପରା ରହି ଆସିଅଛି । ଏହି ପରିପ୍ରେକ୍ଷୀରେ ବୁଦ୍ଧିଜୀବୀମାନେ ମତ ଦିଅନ୍ତି ଯେ, ସାନ୍ତାଳ ସମାଜରେ ନାରୀମାନଙ୍କୁ ଏଥିପାଇଁ ଉଚ୍ଚଆସନ ଦିଆଯାଇଛି, ଯେଉଁଥିପାଇଁ ସେମାନେ ଏହି ରୀତିନୀତି ପାଳନ କରିବାକୁ ଯାଇ ତାଙ୍କ ଶରୀରରେ ଚିତା କୁଟାଇ ମାନସମ୍ମାନକୁ ଉଚ୍ଚକୋଟିର କରିବା ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ହେଉଛି ସାମାଜିକ ପ୍ରଥା । ତେବେ କୌଣସି କାରଣବଶତଃ ଯଦି ଝିଅ ବାପଘରେ ଚିତା କୁଟାଇ ପାରିଲା ନାହିଁ, ବିବାହ ପରେ ଚାହିଁଲେ ଯେତେ ଟଙ୍କା ଆବଶ୍ୟକ ପଡ଼େ ତହିଁରୁ ଅଧା ବାପଘରୁ ଏବଂ ଅଧା ଶାଶୁଘରୁ ବହନ କରିଥାଏ । ସେହିପରି ପୁରୁଷମାନେ ଶିକା ଧାରଣ କରନ୍ତି, ଏହା ଟୀକା ଚିହ୍ନ ପରି ଦେଖାଯାଏ । ପ୍ରକୃତରେ ଏହା ଏକ ପୋଡା ଦାଗ, ଯାହା ବାମ ହାତରେ ଅଗ୍ରବାହୁରେ ସାନ୍ତାଳ ପୁରୁଷମାନେ ଏକଗୋଟି, ତିନିଗୋଟି, ପାଞ୍ଚଗୋଟି ଏବଂ ସାତଗୋଟି ଶିକା ଚିହ୍ନ ଗ୍ରହଣ କରିବାର ରୀତିନୀତି ରହିଆସିଅଛି । ତେଣୁ ଖଦା ଏବଂ ଶିକା ଚିହ୍ନ ସାନ୍ତାଳ ନାରୀ ଏବଂ ପୁରୁଷମାନଙ୍କ ଶରୀରରେ ସ୍ୱ-ଇଚ୍ଛାରେ ସନ୍ତକ ଭାବରେ ଖଦନ କରି ଧର୍ମୀୟ ପ୍ରତୀକ ସୁଚାଇଥାନ୍ତି ।
ସାନ୍ତାଳ ସମାଜରେ ପ୍ରଚଳିତ ଚିହ୍ନ ଶିକା ଏବଂ ଖଦା ନେଇ ଅନେକ ପୁରାଣ, କାହାଣୀ ଏବଂ କିମ୍ବଦନ୍ତୀ ରହିଛି । ଏନେଇ ପଣ୍ଡିତ ରଘୁନାଥ ମୁର୍ମୁ ତାଙ୍କର ଅମ୍ଳାନ କୃତିତ୍ୱ ‘ଖେରୱାଳବୀର’ ନାଟକ ପୁସ୍ତକରେ ଲେଖିଛନ୍ତି ଯେ, ପୁରାଣ ଯୁଗରେ ମାନବ ଏବଂ ଦାନବ ମଧ୍ୟରେ ଘୋର ସଂଘର୍ଷ ଚାଲିଥିଲା । ସେହି ସମୟରେ ନାଟକର ନାୟକ ଖେରୱାଳ ଦାନବମାନଙ୍କୁ ସାହସର ସହିତ ପ୍ରତିରୋଧ କରୁଥିବାବେଳେ ନାୟିକା କାଜଲ ଖେରୱାଳଙ୍କୁ ବିଭିନ୍ନ ପ୍ରକାରେ ସାହାଯ୍ୟ କରି ମାନବକୁଳକୁ ଧ୍ୱଂସ ମୁଖରୁ ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ଅତି ଭୟଙ୍କର ହୋଇଥିବାରୁ ନାୟକ ଖେରୱାଳ ଏବଂ ନାୟିକା କାଜଲଙ୍କ ଶରୀରରେ ଯେଉଁ କ୍ଷତ-ବିକ୍ଷତ ଚିହ୍ନ ହୋଇଥିଲା, ସେହି କ୍ଷତ ଚିହ୍ନକୁ ଖଦା ଏବଂ ଶିକା ଭାବରେ ସାନ୍ତାଳ ନାରୀ ଓ ପୁରୁଷମାନେ ପରେ ଗ୍ରହଣ କରିନେଇଥିଲେ । ଅତଏବ ସେହି ଦିନଠାରୁ ବୀରତ୍ୱର ସନ୍ତକ ଜାହିର କରିବା ପାଇଁ ସାନ୍ତାଳମାନେ ଚିତା କୁଟାଇବା ଆରମ୍ଭ କରିଦେଇଥିଲେ ଏବଂ ଏହା ଏକ ଶ୍ରଦ୍ଧା ଓ ସମ୍ମାନର ପ୍ରତୀକ ।ବିଶ୍ୱାସ କରାଯାଏ, ଯଦି ନାରୀଟିଏ ଚିତା କୁଟାଇ ନଥାଏ କିମ୍ବା ପୁରୁଷଟିଏ ଶିକା ଗ୍ରହଣ କରି ନଥାଏ, ମଲାପରେ ଯମପୁରରେ ମାଦଳ ସଦୃଶ କୀଟ କିମ୍ବା ଢିଙ୍କି ପରି ସାପ କୋଳେଇ ନିଅନ୍ତି । ତେଣୁ କୀଟ କିମ୍ବା ସାପ କୋଳେଇବାରୁ ରକ୍ଷା ପାଇବା ପାଇଁ ଜୀଇଁଥିବା ଅବସ୍ଥାରେ ଚିତା କୁଟାଇବା ଏବଂ ଶିକା ଗ୍ରହଣ କରିବା ଆବଶ୍ୟକ ବୋଲି ସାନ୍ତାଳମାନେ ମନେକରନ୍ତି । ଏହା ବ୍ୟତୀତ, ଯମପୁରରେ ଥିବା ଅନ୍ୟ ଲୋକମାନେ ତା’କୁ ସାନ୍ତାଳ ଲୋକ ବୋଲି ଚିହ୍ନି ସମାଜରେ ମିଶାଇ ଦେଇଆନ୍ତି । ଏହିସବୁ ବିଶ୍ୱାସର ବଶବର୍ତ୍ତୀ ହୋଇ ସାନ୍ତାଳ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ