ଖନ୍ତାପଡା ଥାନା ଅଧିକାରୀଙ୍କ ଅଶୋଭନୀୟ ବ୍ୟବହାରକୁ ନେଇ ଏସ.ପିଙ୍କଠାରେ ଫେରାଦ୍
ବାଲେଶ୍ୱର(ଯୁଗାବ୍ଦ ନ୍ୟୁଜ): ସାଧାରଣ ଜନତା ନ୍ୟାୟ ପାଇଁ ଯାଇଥାଏ ଥାନାକୁ । ନ୍ୟାୟ ପରିବର୍ତ୍ତେ ପାଇଥାଏ ଗାଳି, ଗୁଲଜ ଓ ନିର୍ଯାତନା । ଶେଷରେ ସାଧାରଣ ଜନତାଟି ଆସିଥାଏ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟକୁ । ଏପରି ଏକ ଘଟଣାକୁ ନେଇ ଖନ୍ତାପଡା ଥାନା ଆଇ.ଆଇ.ସିଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଛି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଠାରେ । ସୂଚନାରୁ ଜଣାପଡିଛି ଖନ୍ତାପଡା ଥାନା ଅଧିନସ୍ଥ ହେରଙ୍ଗ ଗ୍ରାମରେ ଜଗନ୍ନାଥ ମଳିକ ଗତ ତା.୩୧.୭.୧୯ରିଖ ରେ ରାତିରେ ବର୍ଦ୍ଧନପୁର ହାଟରୁ ପରିବା ବିକି ଫେରୁଥିବା ବେଳେ ଗ୍ରାମ ଲାଇବ୍ରେରୀ ଛକ ନିକଟରେ ଗ୍ରାମର ରବିନ୍ଦ୍ର ମଳିକଙ୍କ ପୁଅ ଭରତ ମଳିକ ଭୁଜାଲୀ ଧରି ତାଙ୍କୁ ଅଟକାଇ ଗାଳି ଗୁଲଜ କରିବା ସହିତ ତାଙ୍କୁ ପିଟାମରା କରିଥିଲେ ଏବଂ ଟଙ୍କା, ୱେଟ୍ ମେସିନ୍ ଓ ଇନଭର୍ଟର ମେସିନକୁ ଛଡାଇ ନେଇଥିଲା । ଏ ବାବଦରେ ଜଗନ୍ନାଥ ଖନ୍ତାପଡା ଥାନାରେ ଅଭିଯୋଗ କରିବାକୁ ଆସିଥିଲେ । ଥାନାବାବୁ ଜଗନ୍ନାଥଙ୍କଠାରୁ ଏତାଲା ନନେବା ସହିତ ଗାଳିଗୁଲଜ କରିଥିଲେ । ପରେ ଏତାଲାଟି ଗ୍ରହଣ କରି ଏତାଲା କପି ନଦେଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି “ଗୋଖା ଛୋଟ ଜାତି ଟିକେ କଥାରେ ଥାନାକୁ ଆସୁଛ ବୋଲି” କହିଥିଲେ । ଆମ୍ଭ ସ୍ୱାମୀ ସ୍ତ୍ରୀଙ୍କୁ ଭିଷଣ ଅପମାନ କରିବା ସହିତ “ଶାଳିମାନଙ୍କୁ ହାଜତରେ ପୁରେଇ ଲଙ୍ଗଳା କରି ହାଜତରେ ପୁରାଇ ବସାଇ ଦେବି” ବୋଲି ସର୍ବସାଧାରଣରେ କହିଥିଲେ । ଆମ୍ଭେ ଅପମାନିତ ହୋଇ ଫେରି ଆସିବା ପରେ ରାତି ୩ଟା ସମୟରେ ଥାନା ଅଧିକାରୀ ଆମ୍ଭ ଘରେ ପହଞ୍ଚି କବାଟ ଠକ୍ ଠକ୍ କରିଥିଲେ । ଆମ୍ଭେ ଭୟରେ କିଏ ପଚାରିବାରୁ ଥାନା ଅଧିକାରୀ “ତ ବାପ ଆସିଛି କବାଟ ଖୋଲ ନହେଲେ କବାଟ ଭାଙ୍ଗି ପଶିବୁ” ବୋଲି କହି ଆମ୍ଭକୁ ଭୟଭୀତ କରାଇଥିଲେ । ଆମ୍ଭେ କବାଟ ଖୋଲିବାରୁ ଥାନାବାବୁ ଆମ୍ଭକୁ ଗାଳିଗୁଲଜ କରିବା ସହିତ ଜଗନ୍ନାଥଙ୍କୁ ଗାଲରେ ପିଟି ଥାନାକୁ ଚାଲ ବୋଲି କହିଥିଲେ । ତୁମ ଅପରପକ୍ଷ ତୁମ ବିରୁଧରେ କେସ୍ ଦେଇଛି । ଥାନାକୁ ଗଲେ “ଶଳା ଗୋଖାଙ୍କର ଗାଣ୍ଡି ଫଟେଇ ଦେବି” ବୋଲି କହି ଧମକ ଦେଇ ଆସିଥିଲେ । ଆମ୍ଭେ ଜାଣିବାକୁ ପାଇଲୁ ଥାନା ଅଧିକାରୀ ଆମ୍ଭେ ଏତାଲା ଦେଇଥିବା ଭରତ ମଲ୍ଲିକଙ୍କ ଦ୍ୱାରା ବସୀଭୂତ ହୋଇ ଆମ୍ଭକୁ ନିର୍ଯାତନା ଦେବା ସହ ମିଛ କେସ୍ ଦେଉଅଛି । ଶେଷରେ ଅନ୍ୟ ଉପାୟ ନପାଇ ଜଗନ୍ନାଥର ସ୍ତ୍ରୀ ଲକ୍ଷ୍ମିପ୍ରିୟା ମଲ୍ଲିକ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରି ନ୍ୟାୟ ପ୍ରାର୍ଥନା କରିଛନ୍ତି ।