ଖବରକାଗଜର ସମ୍ପାଦକଙ୍କୁ କୋରୋନା

ଭୁବନେଶ୍ବର: ବାଲେଶ୍ୱର ସହରର ଏକ ଆଞ୍ଚଳିକ ଖବରକାଗଜ ସମ୍ପାଦକ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏନେଇ ଜିଲ୍ଲା ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସୂଚନା ମିଳିନଥିବା ବେଳେ ସମ୍ପୃକ୍ତ ସମ୍ପାଦକଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରୁ ସୂଚନା ଦିଆଯାଇଥିବା ସେ କହିଛନ୍ତି। ତେବେ ସେ ନିର୍ଦ୍ଦିଷ୍ଟ ଭାବେ କାହା ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି ଜଣାପଡ଼ି ନ ଥିବା ବେଳେ ବାଲେଶ୍ୱର ସଦରର ଦିବଂଗତ ବିଧାୟକ ମଦନମୋହନ ଦତ୍ତଙ୍କ ଶ୍ରଦ୍ଧା‌ଞ୍ଜଳି ସଭାରେ ସାମିଲ ହୋଇଥିଲେ। ସେଠାରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଯିଏ ଏବେ କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି, ତାଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ସେ ସ୍ୱୀକାର କରିଛନ୍ତି। ବିଧାୟକ ନାୟକ ଆକ୍ରାନ୍ତ ହେବା ପରଠୁ ସେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିଲେ ଏବଂ ଦୁଇଦିନ ପୂର୍ବରୁ ତାଙ୍କଠାରୁ ସ୍ୱାବ୍‌ ନମୁନା ନିଆଯାଇଥିବା ବେଳେ ରବିବାର ରିପୋର୍ଟ ଆସିଥିଲା। ତେବେ ରାତି ପ୍ରାୟ ସାଢ଼େ ୯ଟା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କ ପାଖକୁ ଫୋନ୍‌ ଯିବା ସହ କୁରୁଡ଼ା ସ୍ଥିତ କୋଭିଡ ହସ୍ପିଟାଲକୁ ଅଣାଯିବା ପାଇଁ ସୂଚନା ଦିଆଯାଇଥିବା ସେ କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ