ଖବରକାଗଜ ବିତରକଙ୍କ ପିତୃବିୟୋଗ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ସୋମବାର ବନ୍ତ ସଦର ମହକୁମାର ଖବରକାଗଜ ବିତରକ ତଥା ବନ୍ତ ଗ୍ରାମର ପ୍ରଫୁଲ୍ଲ କୁମାର ଦାଶଙ୍କ ପିତା ବ୍ରଜ ସୁନ୍ଦର ଦାଶ(୬୦)ଙ୍କର ପରଲୋକ ଘଟିଛି । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଗତ ୧୨ ବର୍ଷ ଧରି ସେ ଆଣ୍ଠୁଗଣ୍ଠି ବାତଜନିତ ରୋଗରେ ପିଡିତ ଥାଇ ଚିକିତ୍ସିତ ହେଉଥିଲେ । ସୋମବାର ସେ ହଠାତ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ତାଙ୍କୁ ଘରକୁ ଅଣାଯିବା ପରେ ରାତି ୩ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ଶର୍ଯ୍ୟା ନିକଟରେ ପୁଅ, ବୋହୁଙ୍କ ସମେତ ଜ୍ୱାଇଁ ପ୍ରଶାନ୍ତ ପଣ୍ଡା, ଦୀପକ ପଣ୍ଡା, ଚଗୁଲୁ ଦାଶଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ମଙ୍ଗଳବାର ସକାଳେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ବଡ ପୁଅ ପ୍ରସନ୍ନ ମୁଖାଗ୍ନି ଦେଇଥିଲେ । ସେ ଜଣେ ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ ।