ଖବର କାଗଜ ବିକ୍ରେତା ମାନଙ୍କୁ ସମ୍ବର୍ଦ୍ଧିତ କଲା ୟୁଥ୍ ମାସ ସେବା ସଂଘ
ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ୟୁଥ ମାସ ସେବା ସଂଘ ଓ ଭାରତୀୟ ବିରଳ ମୃତିକା ଲିଃ ର ମିଳିତ ଆନୁକୂଲ୍ୟାରେ ରବିବାର ପଞ୍ଚମ ପର୍ଯ୍ୟାୟରେ ଛତ୍ରପୁର ସହରର ନିହାତୀ ଗରୀବ ଅସହାୟ ବ୍ୟକ୍ତିମାନଙ୍କୁ ରାସନ ସାମଗ୍ରୀ ଖାଦ୍ୟ ପ୍ୟାକେଟ ସହ ଚାଉଳ ଏବଂ ସାନିଟାଇଜର ପ୍ରଦାନ କରାଯାଇଛି । ଆଜି ସନ୍ଧ୍ୟାରେ ଚଣ୍ଡିଛକସ୍ଥିତ ୟୁଥ ମାସ ସେବା ସଂଘର କାର୍ଯ୍ୟାଳୟ ପରିସରରେ ସମ୍ପାଦକ ସୟଦ ମୁକ୍ତାରଙ୍କ ପୈାରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଭାରତୀୟ ବିରଳ ମୃତ୍ତିକା ଲିଃ ର ବରିଷ୍ଠ ଅଧିକାରୀ ଗତିକୃଷ୍ଣ ନାୟକ ଯୋଗଦେଇ ୬୦ଜଣ ଅସହାୟ ଗରୀବ ବ୍ୟକ୍ତି ମାନଙ୍କୁ ରାସନ ସାମଗ୍ରୀ ପ୍ୟାକେଟ ସହ ଚାଉଳ ଓ ସାନିଟାଇଜର ପ୍ରଦାନ କରାଯାଇଛି । ଏହାସହ ଛତ୍ରପୁର ସହରର ସମସ୍ତ ଖବର କାଗଜ ବିକ୍ରେତା ମାନଙ୍କୁ କୋଭିଡ ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯିବା ସହ ସେମାନଙ୍କୁ ଏହି ସାମଗ୍ରୀ ମଧ୍ୟ ବଣ୍ଟ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୟୁଥ ମାସ ସେବା ସଂଘର ଅଧ୍ୟକ୍ଷ ବନମାଳି ନେପାକ, କେ.ରମେଶ, ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ଉପଦେଷ୍ଟା ତଥା ଯୁବ ଆଇନଜିବୀ ବି.ଶ୍ରୀନିବାସ, ପୂର୍ବତନ ଛତ୍ରପୁର ଓକିଲ ସଂଘର ସଭାପତି କେ.ଶିବାରମ ରେଡ୍ଡୀ, ପୂର୍ବତନ ଛତ୍ରପୁର ନଗରପାଳ ରାମଚନ୍ଦ୍ର ବେହେରା, ସାମାଜିକ କର୍ମୀ ଏ.ରାବଣା ରାଓ, ଯୁବ ସମାଜସେବୀ ସଂଜିତ୍ କୁମାର ରାଉଳ, ପୂର୍ବତନ ସାଂସଦ ପ୍ରତିନିଧୀ ଆୟୁବ ଖାନ୍, ଅଧ୍ୟାପକ ଶଶି ପଟ୍ଟନାୟକ, ଟ୍ରଷ୍ଟି ଏମ୍. ରାଜେଶ , ପୂର୍ବତନ କାଉନସିଲର ରାଜେଶ କୁମାର ସାହୁ, ତ୍ରିଲୋଚନ ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଭାଉତୀୟ ବିରଳ ମୃତ୍ତିକା ଲିଃ ପକ୍ଷରୁ ରାସନ ସାମଗ୍ରୀ ପ୍ୟାକେଟ୍ ପ୍ରଦାନ କରାଯାଇଥିବା ବେଳେ ୟୁଥ୍ ମାସ ସେବା ସଂଘ ପକ୍ଷରୁ ୨୫କେଜି ଲେଖାଏଁ ଚାଉଳ ପ୍ୟାକେଟ ସହ ହେଣ୍ଡ ସାନିଟାଇଜର ପ୍ରଦାନ କରାଯାଇଛି ।