ଖବର କାଗଜ ବିତରକ ସନାତନ ଜେନାଙ୍କ ପରଲୋକ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ତରାପୁର ଗ୍ରାମର ଖବର କାଗଜ ବିତରକ ସନାତନ ଜେନା(୬୦)ଙ୍କର ମଙ୍ଗଳବାର ରାତିରେ ପରଲୋକ ଘଟିଛି । ମଙ୍ଗଳବାର ହଠାତ୍ ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ଚିକିତ୍ସା କରାଯାଇଥିଲା । ମାତ୍ର ରାତିରେ ତାଙ୍କର ପରଲୋକ ଘଟିଛି । ଖବର ପାଇ ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ସାମ୍ବାଦିକ ହରି ନାରାୟଣ ମହାନ୍ତି, ଅକ୍ଷୟ ନାରାୟଣ ଦାସ, ସୁକାନ୍ତ କୁମାର ଜେନା, ରବିନ୍ଦ୍ର ସେଠୀ, ମାର୍କଣ୍ଡ ବେହେରା, ସମ୍ବିତ୍ କୁମାର ପଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ôଚ ଶେଷ ଦର୍ଶନ କରିଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ପତ୍ନୀ, ପୁଅ, ଝିଅଙ୍କ ସମେତ ଆତ୍ମିୟ ସ୍ୱଜନ ଉପସ୍ଥିତ ଥିଲେ । ଦୀର୍ଘ ୧୨ ବର୍ଷ ଧରି ସେ ବନ୍ତ ଅଞ୍ଚଳରେ ଖବର କାଗଜ ବିତରଣ କରିଆସୁଥିଲେ । ସେ ଜଣେ ମେଳାପୀ, ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁରେ ସାମ୍ବାଦିକ ପତଞ୍ଜଳୀ କରଶର୍ମା, ରବିନ୍ଦ୍ର ଓଝା, ହେମନ୍ତ କୁମାର ସିଂହ, ଜ୍ଞାନଦା ପ୍ରସାଦ କରଶର୍ମା, ବସନ୍ତ କୁମାର ବିଶ୍ୱାଳ, ପ୍ରଶାନ୍ତ କୁମାର ସାହୁ, ଜଗନ୍ନାଥ ପଳତା, ପ୍ରକାଶ ଚନ୍ଦ୍ର ଦେବତାଙ୍କ ସମେତ ବ୍ଲକର ସମସ୍ତ ସାମ୍ବାଦିକ ଶୋକ ପ୍ରକାଶ କରିଛନ୍ତି । ସେ ଜଣେ ଗରିବଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ