ଖବର ପରିବେଷଣ ନେଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କ କର୍ମଶାଳା

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ବାଲ୍ୟ ବିବାହ ଓ ଶିଶୁ ମାନଙ୍କ ଉପରେ ଶାରୀରିକ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ଙ୍କ ଦାୟିତ୍ୱ ଓ ଖବର ପରିବେଷଣ ସମ୍ପର୍କିତ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ବାଲିଗୁଡ଼ା ସ୍ଥିତ ବନବାସୀ ସେବା ସମିତି ସଭା ଗୃହ ରେ ଆୟୋଜନ ହୋଇଯାଇଛି । କର୍ମଶାଳାରେ ନାବାଳକ, ମହିଳା ଓ ଶିଶୁ କନ୍ୟାଙ୍କ ଉପରେ ହେଉ ଥିବା ନିର୍ଯାତନା, ହିଂସା ରୋକିବା ଏବଂ ଖବର ପରିବେଷଣର ବିଭିନ୍ନ ଦିଗ ଉପରେ ସଚେତନତା କାର୍ଯ୍ୟକ୍ରମ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସାହାରା ପକ୍ଷରୁ ଆୟୋଜିତ ହୋଇଥିଲା। ସାହାରା ସମ୍ପାଦକ ସୁକାନ୍ତ ନାୟକଙ୍କ ସଂଯୋଜନାରେ ଆୟୋଜିତ ସଭାରେ ମୂଖ୍ୟ ଅତିଥି ଭାବେ ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ, ସମ୍ମାନିତ ଅତିଥି ଭାବେ ନାଗ ଇଭାକ ଇଣ୍ଡିଆ ଅଧ୍ୟକ୍ଷ ରଞ୍ଜନ କୁମାର ମହାନ୍ତି , ବରିଷ୍ଠ ଆଇନଜୀବି ବିଜୟ କୃଷ୍ଣ ପଟ୍ଟନାୟକ ଓ ଜ୍ୟୋତି ରଞ୍ଜନ ଦାସ ଓ ବନବାସୀ ସେବା ସମିତିର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ମହିଳା ଓ ଶିଶୁ କନ୍ୟା ମାନଙ୍କ ଉପରେ ହେଉଥିବା ଅନ୍ୟାୟ, ଅତ୍ୟାଚାର ଓ ହିଂସା, ବାଲ୍ୟ ବିବାହ ରୋକିବା, ଶିଶୁ ଶ୍ରମିକ ନିରାକରଣ, ସେମାନଙ୍କ ପାଇଁ ସରକାରୀ ଯୋଜନା ଓ ସୁରକ୍ଷା ଏବଂ ନ୍ୟାୟ ପ୍ରଦାନ ଦିଗରେ ଗଣ ମାଧ୍ୟମ ପ୍ରତିନିଧି ମାନେ ନିତ୍ୟ ନୈମିତ୍ତିକ ଜଡ଼ିତ ଥିବା ଯୋଗୁଁ ବିଭିନ୍ନ ପଦକ୍ଷେପ ଓ ସହାୟତା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଉପସ୍ଥିତ ସାମ୍ବାଦିକ ମାନଙ୍କୁ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜି.ଉଦୟଗିରି, ରାଇକିଆ,କ.ନୂଆଗାଁ, ବାଲିଗୁଡା, ଟିକାବାଲି, ଦାରିଙ୍ଗବାଡି, ବ୍ରାହ୍ମଣୀଗାଁ, କୋଟଗଡ଼ ଓ ତୁମୁଡିବନ୍ଧ ଭଳି ବିଭିନ୍ନ ବ୍ଲକରୁ ସାମ୍ବାଦିକ ଗଣ ଅଂଶ ଗ୍ରହଣ କରିଥିଲେ। ଶେଷରେ ଅତିଥି ମାନଙ୍କ ଦ୍ଵାରା ସାମ୍ବାଦିକ ମାନଙ୍କୁ ଅଂଶ ଗ୍ରହଣ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ବେଳେ ସାମ୍ବାଦିକ ସନ୍ତୋଷ କୁମାର ଦାସ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସଚେତନ କରିବା ପାଇଁ ବାଲିଗୁଡା ଠାରେ ଆୟୋଜନ କରିଥିବା ଯୋଗୁଁ ସାହାରା ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ସଂପାଦକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ