ଖବର ପ୍ରକାଶନ ପରେ ଗାଁରେ ପହଞ୍ଚିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ
ମୋହନା, (ଅଂଶୁମାନ ପଣ୍ଡା) :-ଖବର ପ୍ରକାଶନ ହେବା ପରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଅନତି ମଳିକଙ୍କ ଗ୍ରାମ ଶିକୁଳିପଦର ପଞ୍ଚାୟତ ଅଧିନ ପଦାସାହି ଗ୍ରାମରେ ପହଞ୍ଚି ସରପଞ୍ଚ ସତ୍ୟନାରାୟଣ ଦଣ୍ଡସେନା, ଅନତିଙ୍କ ପିଉସୀ ଓ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ସହ ଅନତି ଓ ତାଙ୍କର ଦୁଇ ଭାଇ କେଉଁ ବିଦ୍ୟାଳୟରେ ପାଠ ପଢିବେ ଏବଂ କେଉଁ ଛାତ୍ର/ଛାତ୍ରୀ ଆବାସରେ ରହିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ତିନି ଭାଇ ଭଉଣୀଙ୍କ ଭବିଷ୍ୟତ ଉଜ୍ଜଳ ପାଇଁ ସେମାନଙ୍କୁ ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରାଯିବା ପରେ ଅନତିକୁ ମୋହନା ସ୍ଥିତ କସ୍ତୁରବା ଛାତ୍ରୀ ନିବାସ ଓ ଦୁଇ ଭାଇ ବିଶ୍ରାମ ଓ ଅନନ୍ତ ମଳିକକୁ ଜରଉସ୍ଥିତ ଡେଷ୍ଟାର ଛାତ୍ରାବାସରେ ରହି ପାଠ ପଢ଼ିବାର ବ୍ୟବସ୍ଥା କରାଯିବ।


