ଖବର ପ୍ରକାଶ ପରେ ଆଦର୍ଶ ଜଳ ସେବା କେନ୍ଦ୍ର ଗାୟବ ଦୁର୍ନୀତିସନ୍ଦେହ କଲେ କାଉନସିଲର

କରଞ୍ଜିଆ, (ଜିତେନ୍ଦ୍ର ରାଜ): ଚଳିତ ମାସ ୪ ତାରିଖ ଦିନ ୟୁଗାବ୍ଦ ଖବର କାଗଜ ରେ ଆଦର୍ଶ ଜଳ ସେବା କେନ୍ଦ୍ର ପ୍ରତିଷ୍ଠା ନାମରେ ଲୁଟ ଅଭିଯୋଗ ଶୀର୍ଷକ ଖବର ପ୍ରକାଶ ପରେ କରଞ୍ଜିଆ ଏନଏସି ପକ୍ଷରୁ ୱାର୍ଡ ନମ୍ବର ୨ କରଡ଼ିଆ ର ସର୍ଦାର ବନ୍ଧ କଡ ରେ ସ୍ଥାପନ କରାଯାଇଥିବା ଆଦର୍ଶ ଜଳ ସେବା କେନ୍ଦ୍ର ଟି ସେଠାରୁ ଗାୟବ ହୋଇଯାଇଥିବା ଦେଖିବାକୁ ମିଳିଛି, ଖବର ପ୍ରକାଶ ପରେ ଏନଏସି ପ୍ରଶାସନ ପକ୍ଷରୁ ରାଞ୍ଚି ବିଜୟୱାଡା ଜାତୀୟ ରାଜପଥ ର ମହାବୀର ଛକ ଠାରେ ସ୍ଥାପିତ ଆଦର୍ଶ ଜଳ ସେବା କେନ୍ଦ୍ର ରେ ପାଣି ହାଣ୍ଡି ଦେଖିବାକୁ ମିଳିଥିବା ବେଳେ କରଡ଼ିଆ ର ସର୍ଦାର ବନ୍ଧ କଡ ରେ ସ୍ଥାପନ କରାଯାଇଥିବା ଆଦର୍ଶ ଜଳ ସେବା କେନ୍ଦ୍ର ର କୌଣସି ଚିହ୍ନବର୍ଣ୍ଣ ଦେଖିବାକୁ ମିଳିନଥିଲା, ନିକଟସ୍ଥ ଲୋକଙ୍କୁ ପଚାରି ବୁଝିବାରୁ ସେ ଏଠାରୁ ଏହାକୁ ଖୋଲି ନିଆଯାଇଥିବା ପ୍ରକାଶ କରିଛନ୍ତି, ଏସମ୍ପର୍କରେ ୱାର୍ଡ ନମ୍ବର ୨ ର କାଉନସିଲର ତଥା ବିଜେପି ନେତ୍ରୀ କଳ୍ପନା ପାତ୍ର ଙ୍କ ସହିତ ଆଲୋଚନା କରିବା ବେଳେ ଏନଏସି କର୍ତ୍ତୃପକ୍ଷ ଏହାର ଫୋଟ ଉଠାଇବା ପରେ ଏହାକୁ ଖୋଲି ଅନ୍ୟ ସ୍ଥାନକୁ ନେଇଯାଇଛନ୍ତି, ଏଠାରେ ଜନସାଧାରଣ ଙ୍କ ନିମନ୍ତେ ଜଳ ସେବା କେନ୍ଦ୍ର ର ନିତାନ୍ତ ଆବଶ୍ୟକ ଥିବା ସେ ନିଜେ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏଠାରେ ଜଳ ସେବା କେନ୍ଦ୍ର କରାଯାଉନାହିଁ, କରଞ୍ଜିଆ ଏନଏସି ରେ କିଛି ଠିକ ଚଳୁନାହିଁ ଅନ୍ୟ ଯୋଜନା ଭଳି ଆଦର୍ଶ ଜଳସେବା କେନ୍ଦ୍ର ନାମରେ ଏନଏସି କର୍ତ୍ତୃପକ୍ଷ ବ୍ୟାପକ ଦୁର୍ନୀତି କରୁଛନ୍ତି ବୋଲି ସେ ସନ୍ଦେହ କରିଥିଲେ ଏବଂ କଣ ଲୋକଙ୍କୁ ବର୍ଷା ଦିନ ଆସିଲେ ଜଳ ସେବା କେନ୍ଦ୍ର କରି ଲୋକଙ୍କୁ ଶୀତଳ ଜଳ ପ୍ରଦାନ କରାଯିବ ବୋଲି ଓଲଟି ପ୍ରଶ୍ନ କରିଥିଲେ, ଆଦର୍ଶ ଜଳ ସେବା କେନ୍ଦ୍ର ଗାୟବ ହେବା ପ୍ରସଙ୍ଗ ରେ କରଞ୍ଜିଆ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ