ଖମାର ଠାରେ ବିଶ୍ୱ ସ୍ୱାକ୍ଷରତା ଦିବସ ପାଳିତ
ଶେରଗଡ, (ବିଭୁ ପ୍ରସାଦ ଦାଶ): ଆଜି ଶେରଗଡ ବ୍ଲକ ର ମହୁପଦର ଗ୍ରାମପଞ୍ଚାୟତ ର ଖମାର ଠାରେ ବିଶ୍ୱ ସ୍ୱାକ୍ଷରତା ଦିବସ ପାଳିତ ହୋଇଛି।ଓ ଏଥିରେ ସମସ୍ତ ଅଙ୍ଗନବାଡି ଦିଦି ମିଶି ଏକ ସୁନ୍ଦର ସଙ୍ଗୀତ ଓ ରାଲିର ଆୟୋଜନ କରିଥିଲେ|ସ୍ୱାକ୍ଷରତା ଗାଁ ସୁନ୍ଦର ଗାଁ ଆସ ହେ ମା ମାଉସୀ ଆଇ ନିରକ୍ଷର କେହି ରହିବା ନାହିଁ ସିଡିପିଓ-ଗୀତାରଣୀ ରାଉଳଙ୍କ ତତ୍ୱାବଧାନ ରେ ଏହା ହୋଇଥିଲା। ଏଲଏସ-ସ୍ମିତାମଇ ପ୍ରଧାନ,ବାସନ୍ତୀ ଦେବୀ,ମଞ୍ଜୁଲତା ପଟ୍ଟନାୟକ,ମିନତୀ ଜେନା,ଓ ସ୍କୁଲ ଶିକ୍ଷକ କେଶବ ବେହେରା ଓ ଶିକ୍ଷୟତ୍ରୀ,ଅଙ୍ଗନବାଡ଼ି କର୍ମୀ ଟୁନି ବିଶୋଇ ସହ କୂଳଗଡ ମଣ୍ଡଳର ସମସ୍ତ ଅଙ୍ଗନବାଡି କର୍ମୀ,କିଶୋରୀ ବାଳିକା,ଗର୍ଭବତୀ ମାଆ,ଏସଜି ମାଆ,ପ୍ରସୂତି ମାଆ, ବୟୋଜ୍ୟେଷ୍ଠ ବାପା ଓ ମାଆ,ଆସାଦିଦି ଉପସ୍ଥିତି ରହି ଏହାକୁ ସୁପରିଚାଳନା କରିଥିଲେ।