ଖମ୍ବକୁ ହାଲୁକା ଆଘାତ କଲେ ବାହାରେ ସଙ୍ଗୀତର ସାତ ଧ୍ୱନି

ହମ୍ପିର ଭଗବାନ ବିଷ୍ଣୁଙ୍କର ଅବତାର ଭିଠାଲ୍ଙ୍କ ବିଶାଳ ମନ୍ଦିର ଅଛି । ଏହି ମନ୍ଦିରରେ ୫୬ଟି ଖମ୍ବ ଅଛି । ଯାହାକି ପୁରାତନ ଶିଳ୍ପକଳାର ଏକ ସୁନ୍ଦର ଉଦାହରଣ ଅଟେ । କୁହାଯାଏ ଯେ ଏହି ଖମ୍ବରେ ହାଲୁକା ଆଘାତ କଲେ ସଙ୍ଗୀତର ସାତ ଧ୍ୱନି ବାହାରେ । ଏହା ବ୍ୟତୀତ ଏହାକୁ ସାରେଗାମା ପିଲର୍ସ ମଧ୍ୟ କୁହାଯାଏ । ଭାରତ ଯେତେବେଳେ ଇଂରେଜମାନଙ୍କର ଅଧୀନରେ ଥିଲା ସେତେବେଳେ ସେମାନେ ଏ ରହସ୍ୟ ବିଷୟରେ ଜାଣିପାରିଥିଲେ । ଇଂରେଜମାନେ ଏହାର ରହସ୍ୟ ଜାଣିବା ପାଇଁ ଦୁଇଟି ଖମ୍ବକୁ ଭାଙ୍ଗିଦେଲେ । କିନ୍ତୁ ତା’ ଭିତରେ ଫମ୍ପା ଥିଲା । ଆଜି ମଧ୍ୟ ଏହି ଭଙ୍ଗାଯାଇଥିବା ଖମ୍ବକୁ ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ