ଖମ୍ବାରିଗାଁ ମୈାଜାର ସମସ୍ତ ଚାଷ ଜମିର ନୂତନ ସର୍ଭେ କରିବା ଦାବୀ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ):ପାତ୍ରପୁର ତହସିଲ ଅଧିନ ଖମ୍ବାରିଗାଁ ମୈାଜାର ସମସ୍ତ ଚାଷ ଜମିର ନୂତନ ସର୍ଭେ କରିବା ନେଇ ବହୁ ଚାଷି ଗଞ୍ଜାମ ଜିଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ। ପାତ୍ରପୁର ତହସିଲ ଅଧିନ ସାମନ୍ତିଆପଲ୍ଲୀ ରେଭିନ୍ୟୁ ସର୍କଲ ଖମ୍ବାରିଗାଁ ମୈାଜାର ଚାଷଜମି ବହୁଦିନ ହେଲା ସେଟଲମେଂଟ ହୋଇନାହିଁ ଯାହାଫଳରେ ଲୋକମାନେ ନାହିନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପିଲାମାନଙ୍କ ପ୍ରମାଣପତ୍ର, ଜମିକିଣା ବିକା ସହ ନାନା ପ୍ରକାରର ସମସ୍ୟା ଉପଜୁଛି ବୋଲି କହିଛନ୍ତି। ତେଣୁ ପ୍ରଶାସନ ପକ୍ଷରୁ ଏହି ଖମ୍ବାରିଗାଁ ଗ୍ରାମକୁ ନୂତନ ସେଟେଲମେଂଟ ସର୍ଭେ କରିବା ପାଇଁ ଗ୍ରାମାବାସୀମାନେ ଦାବୀ କରିବା ସହ ଅତିରିକ୍ତ ଜିଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ସ୍ମାରକପତ୍ରର ନକଲ ବ୍ରହ୍ମପୁର ଉପଜିଲାପାଳ,ପାତ୍ରପୁର ତହସିଲଦାର, ସାମନ୍ତିଆପଲ୍ଲୀ ଆର.ଆଇ ଓ ଚିକିଟି ବିଧାୟକଙ୍କୁ ନିକଟକୁ ପଠାଯାଇଥିବା ଗ୍ରାମାବାସୀମାନେ କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ