ଖରାଦିନ ପାଇଁ ତରଭୂଜ ଏକ ମହୋଷଧି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଚାଲିଛି ଜଳଦାନ ମାସ । ଅସହ୍ୟ ଗ୍ରୀଷ୍ମ ତାତିରୁ ତୃଷାର୍ତ୍ତ ପଥିକଙ୍କୁ ଆଶ୍ୱସ୍ତି ପ୍ରଦାନ ଲାଗି ବିଭିନ୍ନ ସାମାଜିକ ଅନୁଷ୍ଠାନ, ସହୃଦୟ ବ୍ୟକ୍ତିବିଶେଷ କିଏ ଜଳଦାନ କରୁଛି ତ ଆଉ କେହି ଲେମ୍ବୁ ସରବତ, ଦହିପାଣି, ବେଲପଣା, ଲସି ଆଦି ବଣ୍ଟନ ସେବା ଜାରି ରଖିଥିବା ବେଳେ ସାମାଜିକ ଅନୁଷ୍ଠାନ ଚିନ୍ମୟୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସ୍ମାର୍ଟନଗରୀ ଭୁବନେଶ୍ୱର ଉପକଣ୍ଠ ଯାଁଳା ସ୍ଥିତ ଲେପର୍ସି କଲୋନୀର ଅନ୍ତେବାସୀଙ୍କୁ ଆଜି ତରଭୂଜ ବଣ୍ଟନ କରାଯାଇଛି । ଏ ସମ୍ପର୍କରେ ଟ୍ରଷ୍ଟର ପ୍ରତିଷ୍ଠାତା ସନ୍ତୋଷୀ ଜୈନ କୁହନ୍ତି ତାତିରୁ ତ୍ରାହି ଦେଇଥାଏ ତରଭୂଜ । ଖରାଦିନ ପାଇଁ ତରଭୂଜ ଏକ ମହୋଷଧି । ଏହା ତାତି ଜନିତ ବ୍ୟାଧି ଦୂର କରିବା ସହ ତୃଷ୍ଣା ମେଣ୍ଟାଇଥାଏ, ପେଟକୁ ଖାଦ୍ୟ ରୂପେ ଏହା କାମ କରିଥାଏ । ଶେଷରେ ବୁଲା ଗାଈଗୋରୁଙ୍କ କ୍ଷୁଧା ନିବାରଣ କରିଥାଏ । ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଛି । ବହୁ ଗୁଣରେ ଏହା ଲାଭଦାୟକ । ଜଳଦାନ ମାସ ଅବସରରେ ଟ୍ରଷ୍ଟ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଏହିପରି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ଶ୍ରୀମତୀ ଜୈନ ସୂଚନା ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ସୁଶାନ୍ତ ସାହୁ, ଚନ୍ଦ୍ରଶେଖର ପାଲ୍‌, ତ୍ରିଲୋଚନ ବେଉରା, ରୁକ୍ମଣୀ ଅଗ୍ରୱାଲ, ଲାଲାସାହେବ ଅଗ୍ରୱାଲ, ପ୍ରଦିପ କୁମାର ନାଏକ, ପ୍ରଦୀପ୍ତ ରଞ୍ଜନ ରାଉତ, ବ୍ରହ୍ମାକୁମାରୀ ପିଙ୍କି ଭଉଣୀଙ୍କ ସମେତ ଲେପର୍ସି କଲୋନୀର ସ୍ୱେଚ୍ଛାସେବୀ ପ୍ରମୁଖ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ