ଖରା ତାତିକୁ ପଛରେ ପକାଇଛି ନିର୍ବାଚନ ତାତି

ହିଂଜିଳିକାଟୁ  (ଶେଷଷଦବ ସାହୁ) : ଚୈତ୍ର ମାସ ଟାଣ ଖରା ଦିନ ବେଳା ଘରୁ ବାହାରିବା ମୁସ୍କିଲ । ଦିନ ୧୧ ଟା ହେଲେ ରାସ୍ତା ଘାଟ ଶୂନଶାନ ହୋଇପଡ଼ୁଛି । କିନ୍ତୁ ବର୍ତମାନ ସାରା ଦେଶରେ ସାଧାରଣ ନିର୍ବାଚନ ଚାଲିଥିବାରୁ ଖରା ତାତିକୁ ପଛରେ ପକାଇଚି ନିର୍ବାଚନ ତାତି । ଯେତେ ଟାଣ ଖରା ହେଉଥିଲେ ମଧ୍ୟ ନେତାଙ୍କୁ ଏହା କିଛି ଜଣାପଡ଼ୁନାହିଁ । ନିର୍ବାଚନ ବୈତରଣୀ ପାର ହେବା ପାଇଁ ନେତା ମାନେ ଖରାକୁ ପଛରେ ପକାଇ ଭୋଟ ପ୍ରଚାରରେ ଲାଗି ପଡ଼ିଛନ୍ତି ୠାଁ ଗାଁ ରେ ଭେଜେିଭାତର ଆସର ଜମିଛି । କର୍ମୀ ମାନେ ନିଜ ନେତାଙ୍କୁ ବିଜୟ ମୁକୁଟ ପିନ୍ଧାଇବାକୁ ଗ୍ରାମବାସୀଙ୍କୁ ବିଭିନ୍ନ କୌଶଳରେ ମନାଇ ରଖିବାକୁ ଆପ୍ରାଣ ଉଦ୍ୟମ ଜାରୀ ରଖଛନ୍ତି । ହିଂଜିଳି ନିର୍ବାଚନ ମଣ୍ଡଳୀ ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ଭାବେ ପରିଗଣିତ ହୋଇ ଆସୁଛି । ଯେହେତୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆସନରୁ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହେବା ସହ ଗତ ୨୦୦୦ ଠାରୁ ୨୦୧୪ ମସିହା ପର୍ଯ୍ୟନ୍ତ ଲଗାତାର ୪ ଥର ହିଂଜିଳି ବିଧାନସଭା ଆସନରୁ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେବା ସହ ଚଳିତ ନିର୍ବାଚନରେ ଲକ୍ଷାଧିକ ଭୋଟରେ ବିଜୟୀ ହୋଇ ୫ ଥର ସକାଶେ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବାକୁ ଯାଉଛନ୍ତି । ଏହି ନିର୍ବାଚନ ମଣ୍ଡୂୀକୁ ଦୀର୍ଘ ୧୯ ବର୍ଷ ଧରି ଶାସକ ବିଜେଡ଼ି ନିଜ ଅକ୍ତିଆରରେ ରଖିଥିବା ବେଳେ ଏଥର ନିର୍ବାଚନ ସରଗରମ ହେବା ସହ ବିରୋଧୀ ବିଜେପି ଓ କଂଗ୍ରେସ ଚେକ୍ ଦେବାକୁ ଅଂଟା ଭିଡ଼ିଛନ୍ତି । ହିଂଜିଳି ବିଧାନସଭା ଆସନରୁ ବିଜେଡ଼ିରୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିବା ବେଳେ ତାଙ୍କ ବିରୋଧରେ ୮ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । କଂଗ୍ରେସରୁ ବରିଷ୍ଟ ଆଇନଜିବୀ ତଥା ହିଞ୍ଜିଳିକାଟୁ ମାର୍ଚ୍ଚେଂଟ ଏସୋସିଏସନ ଓ ତରାତାରିଣୀ ମଜଦୁର ସଙ୍ଘର ସଭାପତି ଶମ୍ଭୁ ପାଣିଗ୍ରାହୀ, ବିଜେପିରୁ ବରିଷ୍ଟ ଆଇନଜିବୀ ତଥା ବିଜେପିର ମୁଖପାତ୍ର ତଥା ରାଜ୍ୟ ଉପସଭାପତି ପିତାମ୍ବର ଆଚାର୍ଯ୍ୟ, ବହୁଜନ ସମାଜପାର୍ଟିର ଭାସ୍କର ଚୌଧୁରୀ, ଏସୟୁସିଆଇ(ସି)ର ଡ଼ି. ତିରୁପତି ଦୋରା, ଆମ୍ବେଦକର ଜାତୀୟ କଂଗ୍ରେସର ରଂଜନ କୁମାର ଆପଟ, ସ୍ୱାଧିନ ପ୍ରୟାର୍ଥୀ ବାବୁଲା ସାହୁ, ସି. ଲକ୍ଷ୍ମୀ ଆଚାରୀ, ଓ ସୁକାନ୍ତ କିଶୋର ପଣ୍ଡା । ଶାସକ ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଂଜିଳି ବିଧାନସଭା ଆସନରୁ ବିଜୟୀ ହେବା ଏକପ୍ରକାର ନିଶ୍ଚିତ ହୋଇଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ଚେକ୍ ଦେବାକୁ ସମସ୍ତ ପ୍ରକାର ରଣନୀତି ଚଲାଇଥିବା ଦେଖିବାକୁ ମିଳୁଛି । ନିର୍ବାଚନ କଡ଼ା ଟକ୍କର ହେବାକୁ ଥିବାକୁ ଥିବା ବେଳେ ଭୋଟ ଗ୍ରହଣ ପର୍ଯ୍ୟନ୍ତ ନିଜ ଭୋଟରଙ୍କୁ ମନାଇ ନେତାମାନେ ନିର୍ବାଚନ ବେଅତରଣୀ ପାର ହେବାକୁ ଚୈତ୍ର ମାସର ଟାଣ ଖରାକୁ ମଧ୍ୟ ପଛରେ ପକାଇ ଶେଷ ଉଦ୍ୟମରେ ଲାଗି ପଡ଼ିଛନ୍ତି ୠାଁ ଗାଁ ରେ ସଭା ସମିତି ରାଲି ଓ ଗୁପ୍ତ ବେଅଠକ ଜାରୀ ରହିଛି । ଼ି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସ୍ଥାନୀୟ ବିଜେଡି କର୍ମୀ ମାନେ ଦିନରାତି ,ଏକାକାର କରି ବ୍ଳକର ସମସ୍ତ ପଂଚାୟତ ଓ ହିଂଜିଳିକାଟୁ ପୌରାଂଚଳର ସମସ୍ତ ୱାର୍ଡ଼ ବୁଲି ଘରକୁ ଘର ବୁଲି ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ୧୯ ବର୍ଷରେ ଗମନାଗମନ, ପାନୀୟଜଳ, କୃଷି ପାଇଁ ଜଳସେଚନର ସୁବିଧା ଆଦି ବିକାଶର ବାର୍ତା ନେଇ ଭୋଟ ଭିକ୍ଷା କରୁଥିବାର ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ ବିଜେପି ବିଧାୟକ ପ୍ରାର୍ଥୀ ତଥା ଦଳୀୟ ମୁଖପାତ୍ର ଓ ରାଜ୍ୟ ଉପସଭାପତି ପିତାମ୍ବର ଆଚାର୍ଯ୍ୟ ଦଳୀୟ କର୍ମୀଙ୍କୁ ସଙ୍ଗରେ ନେଇ ଘରକୁ ଘର ବୁଲି ଭୋଟଭିକ୍ଷା କରିବା ସହ ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ କାର୍ଯ୍ୟକ୍ରମର ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତା ନେଇ ଭୋଟରକଙ୍କୁ ଅବଗତ କରି ନିର୍ବାଚନ ବୈତରଣୀ ପାର ହେବାକୁ ଅଧିକ ଆଶାବାଦୀ ରହିଛନ୍ତି । ରାଜ୍ୟ ମୁଖିଆଙ୍କ ଗଡ ଼ଭାବେ ପରିଚିତ ଥିବା ହିଂଜିଳି ଆସନରେ ନବୀନଙ୍କୁ ଚେକ୍ ଦେବା ପାଇଁ ବିଜେଡ଼ି ବିରୋଧରେ ଓ ଦଳୀୟ ସପକ୍ଷରେ ପ୍ରଚାର କରିବାକୁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ଚଳଚ୍ଚିତ୍ର ସୁପରଷ୍ଟାର ବାବୁସାନ, ନାରୀନେତ୍ରୀ ତଥା ଚଳଚ୍ଚିତ୍ର ଅଭିନେତ୍ରୀ ମହେଶ୍ୱତା ରାୟ ଆସି ପ୍ରଚାରକୁ ଜୋରଦାର ଚଲାଇ ଥିବାର ଦେଖିବାକୁ ମିଳିଛି । ସେହିପରି କଂଗେସରୁ ଟିକଟ ପାଇଥିବା ଆଇନଜିବୀ ଶମ୍ଭ ପାଣିଗ୍ରାହୀଙ୍କପାଇଁ କୌଣସି ଦଳୀୟ ହାଇକମାଣ୍ଡ ନିର୍ବାଚନ ପ୍ରଚାରରେ ଆସିନଥିଲେ ମଧ୍ୟ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ ଦିନ ଧରି ହିଂଜିଳି ବାସୀଙ୍କ ସହ ରହି ଆସିଥିବାରୁ ଏବଂ ହିଂଜିଳିକାଟୁ ମାର୍ଚ୍ଚେଂଟ ଏସୋସିଏସନ ଓ ସ୍ଥାନୀୟ ତରାତାରିଣୀ ମଜଦୁର ୟୁନିଅନର ସଭାପତି ଭାବେ ରହିଆସିଥିବାରୁ ନିର୍ଦ୍ଧିଷ୍ଟ କିଛି ଅଂଚଳର ତାଙ୍କର ପ୍ରଭାବ ରହିଛି । ଆଂଚଳିକ ସମସ୍ୟାକୁ ନେଇ ବର୍ଷ ତମାମ ବିଭିନ୍ନ ଆନ୍ଦୋଳନ ଜାରୀ ରଖିଥିବାରୁ ଜନସାଧାରଣ ଅଂଚଳର ବିକାଶ ପାଇଁ ତାଙ୍କସପକ୍ଷରେ ମତଦାନ କରିବେ ବୋଲି ଶମ୍ଭୁ ଆଶାବାଦୀ ଅଛନ୍ତି । ତେବେ ଅନ୍ୟାନ ଆମ୍ବେଦକର କଂଗ୍ରେସ ପ୍ରାର୍ଥୀ, ସିପିଆଇ, ସ୍ୱାଧିନ ପ୍ରାର୍ଥୀ ମାନେ ଗି ୨ ଦିନ ଧରି କିଛି ଜନସାଧାରଣଙ୍କୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ସ୍ୱର ଉତୋଳନ କରି ପ୍ରଚାର କରିବା ସହ ଭୋଟଭିକ୍ଷା କରୁଥିବାର ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ