ଖରିପ ଋତୁ ପାଇଁ ୧୨୯୫ ପାଣି ପଞ୍ଚାୟତ ଦ୍ୱାରା ହେବ ଜଳସେଚନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡ଼ା ଜିଲ୍ଲାରେ ଖରିପ ଋତୁ ପାଇଁ ବିହନ ବୁଣା କାର୍ଯ୍ୟ ଚାଲିଛି । କେତେକ ସ୍ଥାନରେ ତଳି ମଧ୍ୟ ଉଠିଲାଣି । ଏହାପରେ ତଳି ରୁଆ ହେବ । ତଳି ରୁଆ ହେବା ପରେ ବିଲକୁ ଜଳସେଚନର ଆବଶ୍ୟକତା ରହିଛି । ସେଥିପାଇଁ ଜିଲ୍ଲାରେ ୧୨୯୫ ପାଣି ପଞ୍ଚାୟତକୁ ନିର୍ଦେଶ ଦିଆଯାଇଛି । ସେମାନେ ଚାଷ ଜମିକୁ ଉଠା ଜଳସେଚନ ଜରିଆରେ ପାଣି ଯୋଗାଇଦେବେ । ଏ ନେଇ ଉଠା ଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ଅଜୟ କୁମାର ପ୍ରଧାନ ପାଣି ପଞ୍ଚାୟତଗୁଡିକୁ ନିର୍ଦେଶ ଦେଇଥିବା କହିଛନ୍ତିି । ନିର୍ବାହୀ ଯନ୍ତ୍ରୀ ଇଂ. ପ୍ରଧାନ କହିଛନ୍ତି ଖରିଫ ଋତୁ ପାଇଁ ଜିଲ୍ଲାର ୯ଟି ଯାକ ବ୍ଲକରେ ସଚଳ ଥିବା ୧୨୯୫ ଉଠା ଜଳସେଚନ ପଏଣ୍ଟଦ୍ୱାରା ଜିଲ୍ଲାରେ ଥିବା ୨୪ ହଜାର ୭୦୫ ହେକ୍ଟର ଚାଷ ଜମିକୁ ଜଳସେଚିତ କରାଯିବ । ଆଳି ବ୍ଲକରେ ୨୭୧ଟି ପାଣି ପଞ୍ଚାୟତ ୫୫୦୫ ହେକ୍ଟର ଜମିକୁ ଜଳସେଚିତ କରିବେ, ଡେରାବିଶ ବ୍ଲକରେ ୬୩ଟି ପାଣି ପଞ୍ଚାୟତ ଦ୍ୱାରା ୯୯୪ ହେକ୍ଟର, ଗରଦପୁର ବ୍ଲକରେ ୧୦୨ ପାଣି ପଞ୍ଚାୟତ ୧୫୨୩ ହେକ୍ଟର, କେନ୍ଦ୍ରାପଡ଼ା ବ୍ଲକରେ ୭୫ ପାଣି ପଞ୍ଚାୟତ ୧୪୫୦ ହେକ୍ଟର, ମାର୍ଶାଘାଇ ବ୍ଲକରେ ୧୨୯ ପାଣି ପଞ୍ଚାୟତ ୨୬୪୨ ହେକ୍ଟର, ମହାକାଳପଡ଼ାରେ ୧୭୩ ପାଣି ପଞ୍ଚାୟତ ୩୫୬୩ ହେକ୍ଟର, ପଟ୍ଟାମୁଣ୍ଡାଇ ୧୩୬ ପାଣି ପଞ୍ଚାୟତ ୨୫୩୫ ହେକ୍ଟର, ରାଜକନିକା ବ୍ଲକରେ ୨୨୨ ପାଣି ପଞ୍ଚାୟତ ୪୩୧୯ ହେକ୍ଟର, ରାଜନଗର ବ୍ଲକରେ ୧୨୪ ପାଣି ପଞ୍ଚାୟତ ୨୧୭୪ ହେକ୍ଟର ଜମିକୁ ଜଳସେଚିତ କରିବା ପାଇଁ ନିର୍ଦେଶ ଦିଆଯାଇଛି । ଏହାଦ୍ୱାରା ଖରିପ ଧାନଚାଷ ଭଲ ହେବ ବୋଲି ଇଂ. ପ୍ରଧାନ କହିଛନ୍ତି । ଜିଲ୍ଲାରେ ସମୁଦାୟ ୧୮୫୧ ଉଠା ଜଳସେଚନ ପଏଣ୍ଟ ଥିବା ବେଳେ ସେଥି ମଧ୍ୟରୁ ୧୨୯୫ଟି ସଚଳ ଥିବା ବେଳେ ୬୩୮ଟି ଅଚଳ ହୋଇ ପଡିଛି । ସଚଳ ଥିବା ଉଠା ଜଳସେଚନ ପଏଣ୍ଟଗୁଡିକୁ ପାଣି ପଞ୍ଚାୟତ ଜରିଆରେ କାର୍ଯ୍ୟକାରୀ କରାଯାଉଛି ବୋଲି କେନ୍ଦ୍ରାପଡା ଉଠା ଜଳ ସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଧାନ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ