ଖରିଫ୍ ଧାନ ସଂଗ୍ରହ ସକାଶେ ଜିଲ୍ଲା ସ୍ତରୀୟ ବୈଠକ

ଛତ୍ରପୁର,(ଦେବଦତ୍ତ ମହାରଣା): ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ନିମନ୍ତେ ପଞ୍ଜିକରଣ କରିଥିବା ଚାଷୀ ମାନଙ୍କର ଜମି ସେମାନଙ୍କ ନିଜ ନାମରେ ସ୍ବତ୍ବ  ରହିଛି ନା ନାହିଁ ତାର ଯାଂଚ୍ କାର୍ଯ୍ୟ ନିମନ୍ତେ ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଭିଡିଓ କନଫରେନ୍ସିଂ ଜରିଆରେ ସମୀକ୍ଷା କରିଥିଲେ  । ବିଗତ ଆର୍ଥିକ ବର୍ଷ ୨୦୧୯-୨୦ରେ ସମଗ୍ର ଜିଲ୍ଲାରେ ସର୍ବମୋଟ ୧,୩୪,୪୬୨ଜଣ ନୂତନ ଚାଷୀ ପଞ୍ଜିକରଣ କରିଥିଲେ  । ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ ୨୦,୫୬୭ ନୂତନ ଚାଷୀ ଏବଂ ୧,୧୯,୦୮୧ ଚାଷୀ ନବୀକରଣ କରାଇ ସର୍ବ ମୋଟ୍  ୧,୩୯,୬୪୮ ଜଣ ଚାଷୀ ପଞ୍ଜିକରଣ କରାଇଛନ୍ତି  । ପଞ୍ଜିକରଣ କରାଇଥିବା ଚାଷୀ ମାନଙ୍କର ବ୍ୟାଙ୍କ ଖାତା ଗୁଡିକ ସଚଳ ଅବସ୍ଥାରେ ଅଛି କି ନାହିଁ ସେଗୁଡିକୁ ମଧ୍ୟ ତଦାରଖ କରି ପୂର୍ବ ପ୍ରସ୍ତୁତି କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଅବଗତ କରାଇଥିଲେ  । ସଂପ୍ରତି ୧,୩୯,୧୪୮ ଚାଷୀଙ୍କ ଜମାଖାତା ସଚଳ ଅବସ୍ଥାରେ ଅଛି  । ଆଉ ୪୯୨ ଜଣ ଚାଷୀଙ୍କ ଜମା ଖାତା ବ୍ଲକ୍ ହୋଇଯାଇଛି ଏବଂ ୮ ଜଣ ଚାଷୀଙ୍କର ବିଚାରାଧୀନ ଅବସ୍ଥାରେ ରହିଛି  । ପଞ୍ଜିକରଣ କରିଥିବା ଚାଷୀଙ୍କ ଜମିରେ ଧାନଚାଷ ଚାଷ ହେଉଛି କି ନାହିଁ ସେଗୁଡିକର ତଦନ୍ତ କରି ରିପୋର୍ଟ ପ୍ରସ୍ତୁତ କରିବାକୁ ସଂପୃକ୍ତ ଆର.ଆଇ., ଅମିନ, ଭି.ଏଲ୍.ଡବ୍ଲ୍ୟୁ. ମାନଙ୍କୁ ଜଣାଇଛନ୍ତି  । ବିଶେଷ କରି ଯେଉଁ ଜମିରେ ଚାଷ କାର୍ଯ୍ୟ ସକାଶେ ସନ୍ଦେହ ରହିଛି ସେଗୁଡିକ ନିଶ୍ଚିତ ଯାଂଚ୍ କରିବେ  । ଚାଷୀ ମାନଙ୍କର ପଞ୍ଜିକରଣ ପରେ ତାଲିକା ଗୁଡିକ ସର୍ବ ସାଧାରଣରେ ପ୍ରକାଶ କରାଯାଇଥିଲା  । ସେହି ତାଲିକା ଅନୁସାରେ କିଛି ଚାଷୀଙ୍କ ଜମିର ପରିମାଣ କମ୍ ରହିଥିବା ପ୍ରକାଶ କରି ଆପତ୍ତି ଅଭିଯୋଗ କରିଥିଲେ  । ସେଗୁଡିକର ଯାଂଚ୍ କରି ତାଲିକାଭୁକ୍ତ ଅନୁସାରେ ପ୍ରକୃତ ତଥ୍ୟ ତଦନ୍ତ କରିବାକୁ ସଂପୃକ୍ତ ଯୋଗାଣ ନିରୀକ୍ଷକ ଗଣଙ୍କୁ କୁହାଯାଇଥିଲା  । ପଞ୍ଜିକରଣ ତାଲିକାଭୁକ୍ତ ଅନୁସାରେ ଚାଷୀଙ୍କ ଜମି ତାଙ୍କ ନିଜସ୍ବ ନାମରେ ରହିଥିବା, ଚାଷ ଅନୁପଯୁକ୍ତ ଜମି ଚିହ୍ନଟ କରିବା, ସୋସାଇଟି ସ୍ତରରେ ଧାନ ସଂଗ୍ରହ ନିମନ୍ତେ କରିଥିବା ସୋସାଇଟି ଗୁଡିକର ତାଲିକାଭୁକ୍ତ ସଂଖ୍ୟା ବୃଦ୍ଧି କରିବା, ଚାଷୀଙ୍କ ବ୍ୟାଙ୍କ ଖାତା ସଠିକ୍ କରିବା ଇତ୍ୟାଦି ବିଷୟ ନେଇ ସୁବିସ୍ତୃତ ଆଲୋଚନା ହୋଇଥିଲା  । ଏହି ସମୟରେ ସମସ୍ତ ବିଷୟ ଗୁଡିକ ଠିକ୍ ରୂପେ ସଜାଡି ରଖାଗଲେ ଧାନ ସଂଗ୍ରହ ପ୍ରକ୍ରିୟା ବେଳେ କୌଣସି ସମସ୍ୟା ଦେଖାଯିବନାାହିଁ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ପ୍ରକାଶ କରିଥିଲେ  । ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଉମା ଶଙ୍କର ପତି, ଅତିରିକ୍ତ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ମହାନ୍ତି, ଯୋଗାଣ ଅଧିକାରୀ ପୁଷା ମୁଣ୍ଡା, ସମବାୟ ଉପନିବନ୍ଧକ ବ୍ରହ୍ମପୁର ଡିଭିଜନ୍ ବିଶ୍ବ ରଞ୍ଜନ ଦାଶ, ସହକାରୀ ସମବାୟ ଉପନିବନ୍ଧକ ସୁକାନ୍ତ କୁମାର ପାଢୀ, ଭାରପ୍ରାପ୍ତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଭାସ୍କର ପାଢୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ