ଖରିଫ ଧାନ ସଂଗ୍ରହ ନେଇ ପ୍ରସ୍ତୁତି ବୈଠକ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ଖରିଫ ଧାନ କ୍ରୟ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଅଧ୍ୟକ୍ଷା ସଙ୍ଗୀତା ବେହେରା ଅଧକ୍ଷତା କରିଥିବା ବେଳେ ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ, ତହସିଲଦାର ଡ଼.ଶ୍ରୀନିବାସ ବେହେରା, ବ୍ଲକ ଉପାଧ୍ୟକ୍ଷ ଗୋବିନ୍ଦ ସ୍ୱାଇଁ, ଯୋଗାଣ ଅଧିକାରୀ ବିଶ୍ୱଜିତ ସେଠୀ ମଞ୍ଚାସିନ ଥିଲେ l ଦିଗପହଣ୍ଡି ନିୟନ୍ତ୍ରିତ ବଜାର କମିଟି ସୌଜନ୍ୟ ରେ ଆୟୋଜିତ ଶିବିରରେ ଯୋଗାଣ ବିଭାଗ ସମବାୟ ବିଭାଗ, ପଞ୍ଚାୟତ ପ୍ରତିନିଧି ଓ ଚାଷୀମାନେ ଯୋଗ ଦେଇ ସରକାରୀ ଦରରେ ମଣ୍ଡିରେ ଧାନ ବିକ୍ରୀ ସମ୍ୱନ୍ଧରେ ଆଲୋଚନା କରିଥିଲେ l ଧାନ ବିକ୍ରୀ ପାଇଁ ଟୋକନ ବ୍ୟବସ୍ଥା କୁ ପଞ୍ଚାୟତ ପ୍ରତିନିଧି ମାନେ ବିରୋଧ କରିବା ସହ ପଞ୍ଜିକୃତ ଚାଷୀଙ୍କ ତାଲିକା ଓ ବଞ୍ଚିତ ଚାଷୀଙ୍କୁ ପଞ୍ଜିକୃତ କରିବା ପାଇଁ ଦାବୀ ହୋଇଛି l ଚାଷୀ ଧାନ ବସ୍ତା ରେ 5 କିଲୋ ଲେଖାଏଁ ଧାନ କଟା ଯାଉଛି l ଏଭଳି ଅବ୍ୟବସ୍ଥା ଲାଗି ରହିଲେ ଜନ ପ୍ରତିନିଧି ମଣ୍ଡିରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ସତର୍କ କରାଇଥିଲେ l ଚାଷୀଙ୍କୁ ସରକାରଙ୍କ ସମସ୍ତ ସୁବିଧା ପହଂଚାଇଥିବା ବେଳେ ତଳ ସ୍ତରରେ ବାଟମରଣା ହେଉଥିବା ଜନ ପ୍ରତିନିଧି ମାନେ ଅଭିଯୋଗ କରିଛନ୍ତି l ଏହି ଶିବିରରେ ଜିଲ୍ଲା ପରିଷଦ ସଭ୍ୟ ଶଙ୍କର୍ଷଣ ସ୍ୱାଇଁ, ସରପଞ୍ଚ ଟି ବାବୁ ସୁବୁଦ୍ଧି, ମଙ୍ଗଳା ଗମାଙ୍ଗ, ସହଦେବ ପ୍ରଧାନ, ସୁଶାନ୍ତ ସ୍ୱାଇଁ ସମିତି ସଭ୍ୟ ଅମିନ ପ୍ରଧାନ, ପ୍ରତାପ ପ୍ରଧାନ, ଚାଷୀ ଜଟେସ୍ଵର ପାଢୀ ପ୍ରମୁଖ ଧାନ ବିକ୍ରୀ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ