ଖରିଡ଼ା ଗ୍ରାମ ପଂଚାୟତରେ ମୋ ଗାଁରେ ତହସିଲ ଓ ମୋ ନିବେଦନ

ହିଂଜିଳିକାଟୁ, (ଶେଷଦେବ ସାହୁ) : ତହସିଲ ଓ ବ୍ଳକ ପ୍ରଶାସନର ମିଳିତ ସହଯୋଗରେ ବ୍ଳକ ଖରିଡ଼ା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ମୋ ଗାଁରେ ତହସିଲ ଓ ମୋ ନିବେଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସରଂପଚ ରଘୁନାଥ ବେହେରା ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଧୋବାଡ଼ି, ନନ୍ଦିକ, ପୁଟିଆପଦର, ଶାସନ ଆମ୍ବଗାଁ ଓ ଖରିଡ଼ା ପଂଚାୟତକୁ ନେଇ ଉକ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ୫୮ ଜଣ ଆବେଦନକାରୀ ନାମ ପଂଜିକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୩୫ ଆବେଦନକାରୀଙ୍କୁ ଜମି ପଟ୍ଟା ପ୍ରଦାନ, ୧୫ ଜଣ ଆବେଦନକାରୀଙ୍କୁ ସ୍ଥାୟୀ ବାସିନ୍ଦା, ଆୟ, ଜାତିଗତ, ବିଧି ସମନ୍ଧୀୟ ଦାୟାଦ, ଋଣ ପରିଶୋଧ କ୍ଷମତା ପ୍ରଭୃତି ପ୍ରମାଣପତ୍ର ବଂଟନ କରାଯାଇଥିଲା ସେହିପରି ମୋ ନିବେଦନ କାର୍ଯ୍ୟକ୍ରମରେ ୧୪ ହିତାଧିକାରୀଙ୍କୁ ଖରାଉଟି କାର୍ଡ଼, ୫ ଜଣଙ୍କୁ ବାର୍ଦ୍ଧ୍ୟକ ଭତା ଓ ୩ ହିତାଧିକାରୀଙ୍କୁ ଗ୍ରାମୀଣ ଆବାସ ଯୋଜନାରେ ଗୃହ ବଂଟନ ସକାଶେ ଚୟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ସୁନିଲ କୁମାର ପ୍ରଧାନ, ହିସାବ ନିରୀକ୍ଷକ ଦିବ୍ୟସିଂହ ନାୟକ, ପିଇଓ ସୁଶାନ୍ତ କୁମାର ପାତ୍ର,ରାଜସ୍ୱ ନିରୀକ୍ଷକ, ଅମିନ, ତହସିଲ ଓ ବ୍ଳକ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ