ଖର୍ଶନମାଲ ପଞ୍ଚାୟତ ମୁଖ୍ୟ ରାସ୍ତା ମରାମତି ହେଉନି

ସମ୍ବଲପୁର, (ଲିପନ ନାଏକ):ଜମନକିରା ବ୍ଲକ ଖର୍ଶନମାଲ ପଞ୍ଚାୟତ ଅନ୍ତର୍ଗତ ଖର୍ଶନମାଲ ପଂଚାୟତ ଅଫିସ ରୁ ଖର୍ଶନମାଲ କେନାଲ ଛକ ଆର ଡ଼ି ରାସ୍ତା ବେହାଲ ହୋଇଛି। ଜମନକିରା ବ୍ଲକର ପ୍ରଥମ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରେ ନିର୍ମାଣ ହୋଇଥିବା ଏହି ରାସ୍ତାର ଅବସ୍ଥା ବହୁତ ଖରାପ ହୋଇପଡିଛି। ମୁଖ୍ୟତଃ ପଞ୍ଚାୟତ ଅଫିସ ଠାରୁ ଆରମ୍ଭ କରି ଖର୍ଶନମାଲ ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ୧. ୫ କିଲୋମିଟର ରାସ୍ତାରୁ ପୁଚୁ ଉଠି ମୋରମ ଓ ମେଟାଲ ଦେଖା ଦେଲାଣି। ଏହି ରାସ୍ତାରେ ଦୈନନ୍ଦିନ ଖର୍ଶନମାଲ ହାଇସ୍କୁଲ ଓ ପଞ୍ଚାୟତ କାର୍ଯ୍ୟାଳୟ ଥିବାରୁ ପ୍ରତିଦିନ ଏହି ରାସ୍ତା ଦେଇ ଯାଉଥିବା ଯାତ୍ରୀଙ୍କ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ଗ୍ରାମବାସି ନିଜ ବିଭିନ୍ନ କାର୍ଯ୍ୟ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ କୁ ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି ଓ ହାଇସ୍କୁଲ ରେ ପଢ଼ୁଥିବା ବିଦ୍ୟାର୍ଥୀ ମାନେ ଏହି ରାସ୍ତାରେ ଯିବା ଆସିବା କରିଥାନ୍ତି। ଏପରିକି ଗ୍ରାମ ବାସିଙ୍କୁ ନିଜ ଭତ୍ତା ଏବଂ ଚାଉଳ ନେବାକୁ ମଧ୍ୟ ଏହି ରାସ୍ତାରେ ଯିବାକୁ ପଡିଥାଏ। କହିବାକୁ ଗଲେ ଏହା ଗ୍ରାମର ପଞ୍ଚାୟତ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅଟେ। ଏପରିକି ଏହି ରାସ୍ତା ଖରାପ ଥିବା ନେଇ ବିଭିନ୍ନ ସମୟରେ ବ୍ଲକ ପ୍ରଶାସନ କୁ ଅଭିଯୋଗ ମଧ୍ୟ ହୋଇଛି। ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଏହିରାସ୍ତା ଅବସ୍ଥା ଅତି ଶୌଚନୀୟ ହୋଇପଡ଼ିଥିବା ଗ୍ରାମବାସି ପ୍ରକାଶ କରିଛନ୍ତି। ଏଣୁକରି ସମ୍ବଲପୁର ଜିଲ୍ଲାପାଳ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ