ଖଲିଙ୍ଗି ସରସ୍ୱତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ): ଶୁକ୍ରବାର ଦିନ ସାନଖେମୁଣ୍ଡି ବ୍ଳକ୍ ଅର୍ନ୍ତଗତ ଖଲିଙ୍ଗି ଠାରେ ଥିବା ମା’ ସରସ୍ୱତୀ ଶିଶୁ ମନ୍ଦିରରେ ପ୍ରଧାନ ଆଚାର‌୍ୟ୍ୟ ତପନ କୁମାର ରଥଙ୍କ ଅଧ୍ୟକ୍ଷତାରେ ଜନ୍ମାଷ୍ଟମୀ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ , ସ୍ୱାମୀ ରାମଦାସାନନ୍ଦ ସରସ୍ୱତୀ ମହାରାଜ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ କୁନି କୁନି ଶିଶୁମାନଙ୍କୁ କୌତୁକ ଓ ଗଳ୍ପ ମାଧ୍ୟମରେ ବିଭିନ୍ନ ପ୍ରକାର ଉପଦେଶାତ୍ମକ କଥା ସହିତ ଶ୍ରୀକୃଷ୍ଣଙ୍କ ଜନ୍ମ କଥା ବର୍ଣ୍ଣନା କରିଥିଲେ । ଅନେକ ଶିଶୁ ରାଧାକୃଷ୍ଣଙ୍କ ବେଶ ସାଜି ଗ୍ରାମ ପରିକ୍ରମା କରିଥିଲେ । ଶିଶୁ ଦେହେ ନାରାୟଣ । ଶ୍ରୀକୃଷ୍ଣ ଭଗବାନ ଯେଉଁଭଳି ବିଶ୍ୱକୁ ସମ୍ବାଦ, ସନ୍ଦେଶ ମାଧ୍ୟମରେ ଗୀତା ପାଠ ସହ ଅନ୍ୟାନ୍ୟ ବାଣୀ ପ୍ରଦାନ କରିଥିଲେ, ବର୍ତ୍ତମାନର ଶିଶୁମାନେ ତାହାକୁ ଅନୁକରଣ କରିବା ଦ୍ୱାରା ଭବିଷ୍ୟତରେ କୌଣସି ପ୍ରକାର ଆପତ୍ତି ବିପତ୍ତି ଆସିଲେ ସେହି ବାଣୀ ରକ୍ଷା କରିଥାଏ ଏବଂ ବର୍ତ୍ତମାନର ଯୁବପିଢ଼ୀମାନେ ଭଗବତ୍ ବାଣୀକୁ ପ୍ରଚାର ପ୍ରସାର ମାଧ୍ୟମରେ ସ୍ଥାପନ କରିବା ଆବଶ୍ୟକ ବୋଲି ସ୍ୱାମୀଜୀମାନେ କହିଥିଲେ । ଏହି କାର‌୍ୟ୍ୟକ୍ରମରେ ଅନୁଷ୍ଠାନର ଆଚାର‌୍ୟ୍ୟ ସସ୍ମିତା ପ୍ରଧାନ କାର‌୍ୟ୍ୟକ୍ରମ ପରିଚାଳନା କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି କାର‌୍ୟ୍ୟକ୍ରମରେ ପ୍ରାୟ ୫୦୦ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ପରିଶେଷରେ ଅଶୋକ କୁମାର ଜେନା ଓ ସସ୍ମିତା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ