ଖଲ୍ଲିକୋଟରେ କଙ୍ଗାରୁ କୋର୍ଟ : ଯୁବକଙ୍କ ବୁଲେଟ ପୋଡି ପୋତି ଦେଲେ

ଖଲ୍ଲିକୋଟ (ୱାଇଏନ୍‌ଏସ୍‌): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବଧିନୂଆପଲ୍ଲୀ ପଂଚାୟତର କେନ୍ଦୁପାଟ ଗ୍ରାମରେ ଗ୍ରାମ କମିଟି ଜଣେ ଯୁବକ ସହ ମହିଳାଙ୍କ ସମ୍ପର୍କକୁ ସନ୍ଦେହ କରି ମହିଳାଙ୍କୁ ଦେଢ଼ ଲକ୍ଷ ଓ ଯୁବକଙ୍କୁ ଏକ ଲକ୍ଷ ଟଙ୍କା ଜୋରିମାନା କରିବା ସହ ଯୁବକଙ୍କ ବୁଲେଟ ଗାଡି ପୋଡି ପୋତି ଦେବା ଘଟଣା ଖଲ୍ଲିକୋଟ ଅଂଚଳରେ ଚର୍ଚାର ବିଷୟ ପାଲଟିଛି | ମିଳିଥିବା ଖବରରୁ ଜଣାପଡ଼ିଛି ଯେ, କେନ୍ଦୁପାଟ ଗ୍ରାମର ଛବି ବାରିକ ଓ ବାଲୁଙ୍କେଶ୍ୱରପୁର ଗ୍ରାମର କୁନା ରାଉତ ଉଭୟେ ସମ୍ପର୍କୀୟ ଭାଇ ଭଉଣୀ । ବିବାହିତା ମହିଳା ଓ ସମ୍ପୃକ୍ତ ଯୁବକ ଖଲ୍ଲିକୋଟ ଥାନାରେ ଦେଇଥିବା ଏତଲା ଅନୁଯାୟୀ ଗତ ୧୮.୦୩ .୨୦୨୦ ତାରିଖ ସନ୍ଧ୍ୟା ୭ଘଣ୍ଟା ସମୟରେକୁନା ରାଉତ (୨୨) ତାଙ୍କ ବୁଲେଟ ଗାଡି ନମ୍ବର OD 33 X 6454 ଗାଡ଼ିରେ ନିଜ ସମ୍ପର୍କୀୟ ଭଉଣୀ କେନ୍ଦୁପାଟ ଗ୍ରାମର ଛବି ବାରିକଙ୍କ ଘରକୁଯାଇ ତାଙ୍କ ଘରେ ବସି କଥାବାର୍ତା ହେଉଥିବାବେଳେ ଗ୍ରାମ ର ୭ଜଣ ଲୋକ ମହିଳାଙ୍କ ଘରେ ପହଂଚି ଉକ୍ତ ଯୁବକ କୁନା ରାଉତଙ୍କୁ ସନ୍ଦେହ କରି ଗାଳି ଗୁଲଜ ଓ ମାରପିଟ କରିବା ସହ ଗ୍ରାମର ରାଧାକୃଷ୍ଣ ମନ୍ଦିରକୁ ଡାକି ନେଇ ଗ୍ରାମବାସୀଙ୍କ ଉପସ୍ଥିତିରେ ଏକ ଲକ୍ଷ ଟଙ୍କା ଜୋରିମାନା ପକାଇଥିଲେ ଓ ତାଙ୍କର ବୁଲେଟ ଗାଡିକୁ ପୋଡି ଦେଇ ଜେସିବି ସାହାଯ୍ୟରେ ଗାତ ଖୋଲି ପୋତିଦେଇଥିବା କୁନା ରାଉତ ଖଲ୍ଲିକୋଟ ଥାନାରେ ଏକ ଏତଲା ଦେଇଥିଲେ | ସେହିପରି କେନ୍ଦୁପାଟ ଗ୍ରାମରତାଙ୍କ ସମ୍ପର୍କୀୟ ଭଉଣୀଙ୍କୁ ଉକ୍ତ ଯୁବକଙ୍କ ସହ ଥିବା ସମ୍ପର୍କ କୁ ସନ୍ଦେହ କରି ଦେଢ଼ ଲକ୍ଷ ଟଙ୍କା ଜୋରିମାନା କରାଯାଇଥିବା ସାଙ୍ଗକୁ ଗତ ୨୬ ତାରିଖ ଦିନ ମହିଳାଙ୍କ ସ୍ୱାମୀ ସୁରଟରୁ ଫେରିବା ପରେ ତାଙ୍କ ଘର ଠାରେ ପହଂଚି ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଜୋରିମାନା ପୈଠ ଦାବିରେ ମାଡ ମାରିଥିବା ମହିଳା ଜଣଙ୍କ ଖଲ୍ଲିକୋଟ ଥାନାରେ ଏକ ଏତଲା ଦେବା ସହ ଗଂଜାମ ଏସ . ପି. , ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ଡ଼ିଆଇଜି ଓ ଏସ ଡି ପି ଓ ଛତ୍ରପୁର,ମହିଳା କମିଶନରଙ୍କୁ ଜଣାଇଥିଲେ ।ଅଭିଯୋଗ ପାଇବା ପରେ ଖଲ୍ଲିକୋଟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।ଏ ସମ୍ପର୍କରେ ଖଲ୍ଲିକୋଟ ଥାନା କେସ ନମ୍ବର୨୪୪ /୨୦୨୦ ଅନୁଯାୟୀ ଏକ ମକଦ୍ଦମା ରୁଜୁ କରି ଭାରତୀୟ ଦଣ୍ଡବିଧି ସଂହିତା ର ଦଫା ୩୪୧,୩୨୮, ୨୯୪, ୪୩୫, ୩୮୦, ୩୮୪ ଓ ୩୫୪ ଓ ୩୪ IPC ଲଗାଇ ଗ୍ରାମର ଜଣେ ବିଏସଏଫ ଯବାନ ସଞ୍ଜୟ ବାରିକ, ଯଜ୍ଞ ରାଉତ, ଦିନା ରାଉତ, ବାବୁ ପ୍ରଧାନ ଓ ବିନାୟକ ଗୌଡ଼ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ କହିଛନ୍ତି । ଏତଲା ରେ ଦର୍ଶାଯାଇଥିବା ଅଭିଯୁକ୍ତ ମାନେ ଗ୍ରାମର ପ୍ରଭାବଶାଳି ବ୍ୟକ୍ତି ହୋଇଥିବା ରୁ ସେମାନେ ଖୋଲାଖୋଲି ଭାବେ ଗାଁ ରେ ବୁଲୁଥିବା ବେଳେ ପୋଲିସ ଧରିବାକୁ ସାହସ କରିପାରୁ ନାହିଁ ଏବଂ ବୁଲେଟକୁ ପୋଡି ପୋତିବାରେ ବ୍ୟବହୃତ ହୋଇଥିବା ଟ୍ରାକ୍ଟର ଓ ଜେସିବିକୁ ଜବତ କରି ପାରୁନି ବୋଲି ଛବି ବାରିକ ଓ କୁନା ରାଉତ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ