ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟରେ ଦୀପାବଳି ଉତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ପରିସରରେ ଦୀପାବଳି ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ଯୋଗ ଦେଇ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଭାରତୀୟ ସଂସ୍କୃତିରେ ଦୀପାବଳି ପର୍ବ ପାଳନର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ନିଜର ବକ୍ତବ୍ୟରେ ସେ କହିଥିଲେ ଯେ ବିଶ୍ଵବିଦ୍ୟାଳୟ ମଧ୍ୟ ଏକ ପରିବାର। ତେଣୁ ମିଳିମିଶି ସମସ୍ତେ ଏହି ପର୍ବକୁ ପାଳନ କରିବା ଉଚିତ୍। ମଞ୍ଚାସୀନ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷା ପ୍ରଫେସର ପଦ୍ମିନୀ ସାହୁ କୁଳପତିଙ୍କ ପ୍ରେରଣାରେ ଆୟୋଜିତ ହୋଇଥିବା ଏହି ଉତ୍ସବ ନିମନ୍ତେ ଆନନ୍ଦ ପ୍ରକାଶ କରିବା ସହ ଛାତ୍ରଛାତ୍ରୀ ଏକ ମନ ଏକ ପ୍ରାଣ ହୋଇ ରହିବା ନିମନ୍ତେ ପରାମର୍ଶ ଦେଇଥିଲେ। ଏ ଅବସରରେ କୁଳସଚିବ ସୁଶ୍ରୀ ଶାନ୍ତିଶୁଧା ପାତ୍ର ମଧ୍ୟ ମଞ୍ଚାସୀନ ଥିଲେ। ଏହି ଉତ୍ସବରେ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ମୁକ୍ତମଞ୍ଚକୁ ଚିତାକର୍ଷକ ରଙ୍ଗୋଲି ଓ ଦୀପମାଳାରେ ସୁସଜ୍ଜିତ କରିଥିଲେ। କୁଳପତି ପ୍ରଥମେ ଦୀପ ଲଗାଇ ଏହି ଦୀପାବଳି ଉତ୍ସବ ପାଳନର ଶୁଭାରମ୍ଭ କରିବା ପରେ ଅନ୍ୟ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀମାନେ ମଧ୍ୟ ସାମୂହିକ ଭାଗରେ ଦୀପ ଲଗାଇ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଦ୍ଵାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବା ସହ ମିଷ୍ଟାନ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମର ସଂଯୋଜନା ଡକ୍ଟର ଉଷାରାଣୀ ରଥ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଡକ୍ଟର ମନୋରଞ୍ଜନ ବିଷୋୟୀ। ପରୀକ୍ଷା ନିୟନ୍ତ୍ରକ ଡକ୍ଟର ମନୋଜ ପଟ୍ଟନାୟକଙ୍କ ସମେତ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ଅକ୍ଲାନ୍ତ ପ୍ରଚେଷ୍ଟା ଓ ସହଯୋଗରେ ଏପରି ଏକ କାର୍ଯକ୍ରମ ଆୟୋଜିତ ହୋଇପାରିଥିବାରୁ କୁଳପତି ଖୁସି ବ୍ୟକ୍ତ କରିଥିଲେ। ଶତାଧିକ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପଭୋଗ କରିବା ସହ ପ୍ରଥମ ଥର ବିଶ୍ୱବିଦ୍ୟାଳୟରେ ଦୀପାବଳି ଉତ୍ସବ ପାଳିତ ହୋଇଥିବାରୁ ଆନନ୍ଦିତ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ