ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଗଣିତ ବିଭାଗରେ ବୃତ୍ତିଗତ କର୍ମଶାଳା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଗଣିତ ବିଭାଗରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ବୃତ୍ତିଗତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ପ୍ରେରଣାରେ ଆୟୋଜିତ ଏହି କର୍ମଶାଳାରେ ବିଭାଗ ମୁଖ୍ୟ ଡ. ମନୋଜ କୁମାର ପଟ୍ଟନାୟକ ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ୱାଗତ କରିଥିବା ବେଳେ ସ୍ନାତକୋତ୍ତର ପରିଷଦ ସମୂହ ଅଧ୍ୟକ୍ଷା ପ୍ରଫେସର ପଦ୍ମିନୀ ସାହୁଙ୍କ ସମେତ ବରିଷ୍ଠ ପ୍ରାଧ୍ୟାପକ ଡ. ଦୀପକ କୁମାର ମିଶ୍ର ଏବଂ ବିଷୟ ବିଶାରଦ ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଗଣିତ ବିଭାଗ ମୁଖ୍ୟ ଡ. ରଘୁନାଥ ପାତ୍ର ଓ ଭାରତୀୟ ଜୀବନ ବୀମା ନିଗମର ବରିଷ୍ଠ ମଣ୍ଡଳ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ପାଣିଗ୍ରାହୀ ପ୍ରମୁଖ ମଂଚାସୀନ ଥିଲେ l ବିଷୟ ବିଶାରଦ ଭାବେ ଯୋଗ ଦେଇଥିବା ଡ. ପାତ୍ର ଓ ଶ୍ରୀ ପାଣିଗ୍ରାହୀ ମାନବ ସମ୍ବଳ ବିକାଶରେ ଗଣିତ ଶାସ୍ତ୍ରର ଭୂମିକା ସମ୍ପର୍କରେ ନିଜ ନିଜର ଅଭିଭାଷଣ ରଖିବା ସହ ଗଣିତ ବିଭାଗର ଛାତ୍ରଛାତ୍ରୀଙ୍କ ନିମନ୍ତେ ଥିବା ବୃତ୍ତିଗତ ସମ୍ଭାବନା ଉପରେ ଆଲୋକପାତ କରିଥିଲେ l ଏ ଅବସରରେ ବିଭାଗ ତରଫରୁ ମଂଚାସୀନ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଆୟୋଜିତ ବୃତ୍ତିଗତ କର୍ମଶାଳାକୁ ବିଭାଗୀୟ ଅଧ୍ୟାପକ ଅଶୋକ ମୁଦୁଲି ପରିଚାଳନା କରିବା ସହ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l ଅଧ୍ୟାପିକା ଡ. ରୀନାରାଣୀ ରଥ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଇନ୍ଦ୍ରଜିତ ସୁଆର ସଭାକାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ l ଏହି କର୍ମଶାଳାରେ ଉପସ୍ଥିତ ରହି ବିଭାଗର ସମସ୍ତ ଛାତ୍ରଛାତ୍ରୀ ବେଶ ଉତ୍ସାହିତ ଜଣାପଡୁଥିଲେ l