ଖଲ୍ଲିକୋଟ ଏନ୍ଏସି ସାଧାରଣ ତନ୍ତ୍ର ଉତ୍ସବ ବାତିଲ , ସାଧାରଣ ରେ ଅସନ୍ତୋଷ

ଖଲ୍ଲିକୋଟ -(ସିଲୁ ବିଶ୍ଵାଳ ) ଖଲ୍ଲିକୋଟ ବିଜ୍ଞାପିତ ଅଂଚଳ ପରିଷଦ ୧୯୭୨ ମସିହାରେଗଠିତ ହୋଇଥିଲା l ସେଦିନ ଠାରୁ ଧାରାବାହିକ ଭାବେ ସ୍ବାଧୀନତା ଦିବସଓ ସାଧାରଣତନ୍ତ୍ର ଦିବସ ଏନ ଏ ସି ତରଫରୁଖଲ୍ଲିକୋଟ ବସଷ୍ଟାଣ୍ଡ ନିକଟସ୍ଥ ଶ୍ରୀ ଗୁଣ୍ଡିଚା ପଡିଆରେ ପାଳିତ ହୋଇଆସୁଥିଲା l ତେବେ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ ଏନଏସି ବାତିଲ କରିଦେବା ଫଳରେ ସହରବାସୀ ଙ୍କ ମହଲା ରେ ଅସନ୍ତୋଷ ପ୍ରକାଶ ପାଇବା ସହ ଛାତ୍ର ଛାତ୍ରୀ ମାନଙ୍କୁ ନିରାଶ କରିଥିବା ଜଣାପଡିଛି | ଗତ ସ୍ବାଧୀନତା ଦିବସ ରେ ଏନ ଏ ସି ତରଫରୁ ପ୍ୟାରେଡ଼ କରାଯାଇ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ ଓ ବିଦ୍ୟାଳୟ ମାନଙ୍କୁ ବିସ୍କୁଟ  ପଠାଯାଇ ଛାତ୍ର ଛାତ୍ରୀ ମାନଙ୍କୁ ବଣ୍ଟାଯାଇଥିଲା | ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଏନଏସି କାର୍ଯ୍ୟାଳୟପରିସର ରେ ଗତ ୨୦ ତାରିଖ ଦିନ ଏକ ପ୍ରସ୍ତୁତି ବୈଠକ ଶିକ୍ଷକ ମାନଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଥିଲା | ତଦନୁଯାୟୀ ବିଭିର୍ନ ବିଦ୍ୟାଳୟ ରେ ପ୍ରତିଯୋଗିତା ମାନ ଆୟୋଜିତ ହୋଇଥିଲା | ତେବେ ହଠାତ ସାଧାରଣତନ୍ତ୍ର ଦିବସ କୁ ବାତିଲ କରାଯାଇଥିଲା | ଫଳରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ନିରାଶ କରିଥିଲା | ଏ ସମ୍ପର୍କରେ ସ୍ଥାନୀୟ ଏନଏସି ର ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମିଶ୍ରଙ୍କ ସହ ଯୋଗାଯୋଗ କରିବାରେ ବିଦ୍ୟାଳୟ ଗୁଡିକ ରେ ଆବଶ୍ୟକ ପରିମାଣ ପ୍ୟାରେଡ଼ ଉପଯୋଗୀ ଛାତ୍ର ଛାତ୍ରୀ ନଥିବା ଓ ବିଭିର୍ନ ବିଦ୍ୟାଳୟ ର ସହଯୋଗ ମିଳିନଥିବାରୁ ବାଧ୍ୟ ହୋଇ ବାତିଲ କରାଗଲା ବୋଲି ପ୍ରକାଶ କରିଥିଲେ | ତେବେ ପୂର୍ବାର୍ହ୍ନ ରେ ଛତ୍ରପୁର ସ୍ତିତ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ପହଂଚି ଏନଏସି ପରିସର ରେ ପତାକା ଉତୋଳନ କରିଥିଲେ | ପ୍ରକାଶ ଥାଉ କି ଗତ ସ୍ବାଧୀନତା ଦିବସ ରେ ଖଲ୍ଲିକୋଟ ଏନଏସି ର ପ୍ୟାରେଡ଼ ଉତ୍ସବରେରେ ସ୍ଥାନୀୟ ବିଧାୟିକା ଯୋଗଦେବା ର କାର୍ଯ୍ୟକ୍ରମ ଥିଲେ ମଧ୍ୟ ହଠାତ ବାତିଲ ହୋଇ ତହସିଲଦାର ଙ୍କ ହାତରେ ପତାକା ଉତୋଳନ କରାଯାଇଥିଲା |ଏହାକୁ ନେଇ ସେତେବେଳେ ଉତ୍ତେଜନା ପ୍ରକାଶ ପାଇଥିଲା ।ସମ୍ଭବତଃ ଏହି କାରଣ ରୁ ଏନ ଏ ସି ସାଧାରଣ ତନ୍ତ୍ର ଉତ୍ସବ ବାତିଲ କରିଥାଇପାରେ ବୋଲି ସାଧାରଣ ରେ ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ