ଖଲ୍ଲିକୋଟ ଡି.ଆଇ.ଇ.ଟି ପ୍ରଶିକ୍ଷିକାଙ୍କ ବିଦ୍ୟାଳୟ ପରିଦର୍ଶନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକ ଅଧିନ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ବୟକୁ ଖଲ୍ଲିକୋଟ ସ୍ଥିତ ଜିଲ୍ଲା ଶୈକ୍ଷିକ ତାଲିମ ଓ ଗବେଷଣା ଅନୁଷ୍ଠାନ ବା ଡି.ଆଇ.ଇ.ଟି ର ଦୁଇ ପ୍ରମୁଖ ପ୍ରଶିକ୍ଷିକା ଲିପିଶ୍ରୀ ଦେବୀ ଏବଂ ଜୟନ୍ତୀ ବେହେରା ପରିଦର୍ଶନ କରିଛନ୍ତି ଏହି ସମୟରେ ସେମାନେ କ୍ଳାସ ରୁମ ଟିଚିଙ୍ଗ ସହ ଏଫ୍.ଏଲ୍.ଏନ୍ କାର୍ଯ୍ୟକ୍ରମ, ଇନୋଭେଟିଭ ପ୍ଡାଗୋଜିକାଲ ପ୍ରକଟସ ଆଦି ବିଷୟରେ ମନିଟରିଂ କରିଥଲେ ଉଭୟ ବିଦ୍ୟାଳୟର ଶିଶୁ ପ୍ରିୟ ପରିବେଶ ଦେଖି ଖୁସି ବ୍ୟକ୍ତ କରିବା ସହ ପିଲାମାନଙ୍କୁ ବିଭିନ୍ନ ସକ୍ରିୟାତ୍ମକ କାର୍ଯ୍ୟ କରାଇଥଲେ ପରେ ବ୍ଳକର ଷୋହଳ ଜଣ ସି.ଆର୍.ସି.ସି ମାନଙ୍କୁ ନେଇ ଏକ ରିଭ୍ୟୁ ମିଟିଂ କରିଥିଲେ ଏଥିରେ ଶିକ୍ଷକ ପର୍ବ ଅଧିନରେ ଚାଲିଥିବା ଡେମୋ କ୍ଳାସ ପ୍ରସ୍ତୁତି, ସି.ଆର୍.ସି.ସି ଙ୍କ କ୍ଳାସ ରୁମ ଅବଜରଭେସନ ଏବଂ ଶିକ୍ଷକଙ୍କ ଦ୍ବାରା ହାଇ କ୍ବଲିଟି କୁଶ୍ଚିନ ବ୍ୟାଙ୍କ ପ୍ରସ୍ତୁତି ଭଳି କିଛି ପେଡାଗୋଜିକାଲ ସପୋଟ ବିଷୟ ଆଲୋଚନା କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସି.ଟି ଟ୍ରେନିଂ ସ୍କୁଲର ପ୍ରଶିକ୍ଷକ ସୁରେଶ୍ବର ଶାହା ଙ୍କ ସମେତ ସି.ଆର୍.ସି.ସି ବିଭୁ ପ୍ରସାଦ ମହାପାତ୍ର,ସନ୍ତୋଷ କୁମାର ସାହୁ,ତ୍ରିନାଥ ବେହେରା, ମୋହନ ସାହୁ,ଭଗବାନ ଭୂୟାଁ,ଆଦିକନ୍ଦ ଗୌଡ,ମନୋଜ ଗୌଡ,ସୁନିଲ ପାଣି , ଦେବୀ ପ୍ରସାଦ ଦାସ,ରାଘବ ନାୟକ, ସୁରେନ୍ଦ୍ର ପ୍ରଧାନ, ବୃନ୍ଦାବନ ସେଠୀ, ନାରାୟଣ ମହାପାତ୍ର, ପ୍ରଧାନ ଶିକ୍ଷକ ପାଣ୍ଡବ ସେଠୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ