ଖଲ୍ଲିକୋଟ ରାଣୀ ସାହେବାଙ୍କ ଜନ୍ମ ଜୟନ୍ତୀରେ ରକ୍ତଦାନ ଶିବିର

କୋଦଳା:(ଯୁଗାବ୍ଦ ନ୍ୟୁଜ୍) ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଗୁନିଆପଡା ରେ ଜୀବନ ବିନ୍ଦୁ କ।ର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖଲ୍ଲିକୋଟ ରାଣୀ ସାହେବାଙ୍କ ୮୨ ତମ ଜନ୍ମ ଜୟନ୍ତୀ ପାଳନ ଉପଲକ୍ଷେ ବ୍ଲକର ଜନତା ବିଜ୍ଞାନ ମହାବିଦ୍ୟାଳୟ ଠାରେ ସୋମବାର ଏହି ରକ୍ତଦାନ ଶିବିର କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କବିସୂର‌୍ୟ୍ୟନଗର ବିଧାୟିକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବେଗୁନିଆପଡା ବ୍ଲକ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ପଣ୍ଡା ଯୋଗଦେଇ ରକ୍ତଦାନ ଏକ ମହତ ଦାନ ବୋଲି କହିଛନ୍ତି। ବ୍ଲକ ଅଧ୍ୟକ୍ଷା କେ.ରାଜଲକ୍ଷ୍ମୀ ଦୋରାଙ୍କ ସମେତ ବହୁ ବିଜୁ ଜନତା ଦଳର କର୍ମକର୍ତା ମାନେ ଯୋଗ ଦେଇଥିଲେ। ମୋଟ ୧୫୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ