ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ ପକ୍ଷରୁ ଚିତ୍ର କଳା ପ୍ରଦର୍ଶନୀ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କି ଅମୃତ ମହତ୍ସବ ପାଳନ କରାଯାଉଛି l ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ ପକ୍ଷରୁ ଏକ ଚିତ୍ର କଳା ପ୍ରଦର୍ଶନୀ ଛତ୍ରପୁର ସ୍ଥିତ ଆଞ୍ଚଳିକ ଚିତ୍ରକଳା ଗ୍ୟାଲେରୀ ଠାରେ ଶୁଭାରମ୍ଭ ହୋଇଯାଇଛି l ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣି ବୈଦ୍ୟ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଶୁଭାରମ୍ଭ କରିଥିଲେ l ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ୍ ପରିଡା, ମହାବିଦ୍ୟାଳୟ ର ଅଧ୍ୟକ୍ଷ ସୁବ୍ରତ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ l ଭାରତର କଷ୍ଟଲବ୍ଧ ସ୍ୱାଧୀନତାକୁ ଚିର ସ୍ମରଣୀୟ ଓ ଯାଯୁଲ୍ୟମାନ କରିରଖିବା ସହିତ ସ୍ୱାଧୀନତା ସଂଗ୍ରାମର ସେହି ମହାନ ବରପୁତ୍ର ମାନଙ୍କ ଉଦେଶ୍ୟରେ ଉତ୍ସର୍ଗ କରିବା ତଥା ଆଜିର ଯୁବ ପିଢ଼ି ଙ୍କୁ ଦେଶ ମାତୃକାର ଏହି ଗୌରବ ମୟ ଅଧ୍ୟାୟ ସହିତ ସାମିଲ କରାଇବା ସହିତ ସେମାନଙ୍କ ଚିନ୍ତା ଚେତନାକୁ ଦେଶପ୍ରେମରେ ଉଦବୁଦ୍ଧ କରାଇବା ଏହାର ମୁଖ୍ୟ ଲକ୍ଷ୍ୟ l ଏଥିରେ ଓଡ଼ିଶାର ଜନଜୀବନ, ପରିପଟ୍ଟୀ, ଦର୍ଶନୀୟ ସ୍ଥାନ, ସାଂସ୍କୃତିକ ଧରୋହର, ମନ୍ଦିର ପୂଜାପାଠ ତଥା ସମକାଳୀନ କଳା କୁ ନେଇ ମହାବିଦ୍ୟାଳୟ ର 38 ଜଣ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ କଳା କୃତି ଗୁଡିକ ସ୍ଥାନ ପାଇଥିଲା l ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟ ର ଅଧ୍ୟାପକ ପ୍ରମୋଦ କୁମାର ମଲ୍ଲିକ, ତ୍ରିନାଥ ମହାନ୍ତି, ପୁର୍ଣ ଚନ୍ଦ୍ର ଦାସ, ବିପିନ ବିହାରୀ ମାର୍ଥା, ବିପିନ ଚନ୍ଦ୍ର ସେଠି, ପ୍ରବୀଣ କୁମାର ପଲାଇଙ୍କ ସମେତ ମହାବିଦ୍ୟାଳୟ ର ବହୁ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ