ଖଲ୍ଲିକୋଟ NAC : ବଢୁଛି ପାନୀୟ ଜଳ ସଙ୍କଟ , ମାଳ ମାଳ ମଟର , “ଵସୁଦ୍ଧା ” ଯୋଜନା ବାଟବଣା
ଖଲ୍ଲିକୋଟ : ରାଜ୍ୟ ଓ କେନ୍ଦ୍ର ସରକାର ସହରାଂଚଳବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ସ୍ଥାୟୀ ଉସଛ ଅଭାବରୁ ପାନୀୟ ଜଳଯୋଗାଣ ବ୍ୟବସ୍ଥା କେବଳ ଭୂତଳ ଜଳ ଉପରେ ନିର୍ଭର କରିବାକୁ ପଡୁଛି | ତେବେ ଗତ ୨୦ବର୍ଷ ତଳେ ଖଲ୍ଲିକୋଟ ସହରରେ ଆରମ୍ଭ ହୋଇଥିବା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଏବେ ବି ଉଦେଶ୍ୟ ସାଧିତ ହୋଇପାରିନି | ଖଲ୍ଲିକୋଟ ସହର ର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ବୃଦ୍ଧିକୁ ଆଖି ଆଗରେ ରଖି ସହର ର ବିଭିନ୍ନ ଅଂଚଳରେ ୨୪ଗୋଟି ବୋର ୱେଲ ମାଧ୍ୟମ ରେ ହାଇ ଲେବେଲ ଟାଙ୍କି ନିର୍ମାଣ କରାଯାଇ ପାନୀୟଜଳ ଯୋଗାଣ କରାଯାଉଛି | ତେବେ ଉକ୍ତ ପାନୀୟ ଜଳ ବ୍ୟବସ୍ଥା ସହରାଂଚଳ ର ୧୩,୦୦୦ ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ହୋଇପାରୁନାହିଁ | ଫଳରେ ମୁଣ୍ଡ ପିଛା ପାନୀୟଜଳ ପରିମାଣ ମାତ୍ର ୪୧ଲିଟର ପାଣି ମିଳୁଛି | ସହର ରେ ପାନୀୟଜଳ ବ୍ୟବସ୍ଥା ସମତୁଲ ପରିମାଣରେ ମିଳିପାରୁନି | ତ୍ରୁଟିପୂର୍ଣ୍ଣ ପାଇପ ବିଛାଯିବା ଓ ପୁରୁଣା ପାଇପଗୁଡ଼ିକ ପରିବର୍ତନ ନ କରିବା ଫଳରେ ଡ୍ରେନ ଭିତରଦେଇ ପାଇପ ଗୁଡିକ ସଂଯୋଗସ୍ଥଳରେ ଦୂଷିତ ପାଣି ପଶିବା ଫଳରେ ବେଳେବେଳେ ପାଣି ସବୁ ଦୁର୍ଗନ୍ଧଯୁକ୍ତ ହେଉଥିବା ଦେଖିବାକୁ ମିଳୁଛି | ସେହିପରି ଖଲ୍ଲିକୋଟ ସହରାଂଚଳ ଖାଲଢିପ ଓ ଢାଲୁ ହୋଇଥିବା ଯୋଗୁଁ ପାନୀୟଜଳ ଢିପ ଅଂଚଳ କୁ ଉଠିବା କଷ୍ଟକର ହେଉଛି | ତେଣୁ ପାନୀୟଜଳ ଉପଭୋକ୍ତାମାନେ ବାଧ୍ୟ ହୋଇ ପାଣି ଉଠାଇବା ପାଇଁ ମଟର ବ୍ୟବହାର କରିବାକୁ ବାଧ୍ୟ ହୋଇଛନ୍ତି | ତେଣୁ ମଟର ବ୍ୟବହାର ର ବହୁଳତା ଯୋଗୁଁ ଅଣ ମଟର ବ୍ୟବହାରକାରୀମାନେ ଟୋପାଏ ମଧ୍ୟ ପାଣି ପାଇବା କଷ୍ଟକର ହେଉଛି | ଏ ନେଇ ବ ସୁଦ୍ଧା ଯୋଜନାରେ ସଂଯୋଗ ହୋଇଥିବା ଗରିବ ହିତାଧିକାରୀମାନେ ପାଣି ମୁନ୍ଦାଏ ପାଇଁ ବାର ଦ୍ୱାରା ଶୁଣ୍ଡିପିଣ୍ଡା ହେବାକୁ ପଡୁଛି | ସହର ରେ ବର୍ତମାନ ୧୧୦୦ ରୁ ଉର୍ଧ୍ଵ ପାନୀୟ ଜଳ ସଂଯୋଗ ହୋଇଥିବାବେଳେ ଏବେ ବି ସହରବାସୀ ଖୋଲା କୂଅ ଉପରେ ନିର୍ଭର କରିଚଲନ୍ତି | ଖଲ୍ଲିକୋଟ ବସ ସ୍ଟାନ୍ଡ ଠାରେ କୌଣସି ପାନୀୟଜଳ ବ୍ୟବସ୍ଥା ନଥିବା ଯୋଗୁଁ ଏକ ମାତ୍ର ଖୋଲା କୂଅ ରୁ ହୋଟେଲ ଓ କ୍ଷୁଦ୍ର ବ୍ୟବସାୟୀ ମାନେ ଏହି ଖୋଲା କୂଅ ରୁ ପାଣି ନେଇ ଚଳୁଥିବା ଦେଖିବାକୁ ମିଳୁଛି | ରାଜ୍ୟ ସରକାର ୨୪ଘଣ୍ଟିଆ ବିଶୁଦ୍ଧ ପାନୀୟଜଳ ଯୋଗାଣ କଥା କହୁଥିବାବେଳେ ସହରବାସୀଙ୍କୁ ୨ଘଣ୍ଟା ପାଣି ମିଳିବା କଷ୍ଟକର ହୋଇପଡୁଛି | ତେବେ ମଟର ବ୍ୟବହାର ର ବହୁଳତା କୁ ରୋକିବା ପାଇଁ କୌଣସି ସରକାରୀ କଟକଣା ନଥିବା ଯୋଗୁଁ ଏହା ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି | ବୈଶାଖ ଆରମ୍ଭରୁ ସହରରେ ପାନୀୟଜଳ ସଙ୍କଟ ଅନୁଭୂତ ହେଉଥିବାବେଳେ ଆଗକୁ ଏହି ସମସ୍ୟା ଉଦ୍ବେଗଜନକ ହୋଇପାରେ | ସହର ର ଉପକଣ୍ଠ ରେ ଗଢି ଉଠିଥିବା ନୂତନ ବସ୍ତି ଜଗନ୍ନାଥ ବିହାର, ସରସ୍ବତୀ ବିହାର,ପ୍ରଭୃତି ଅଂଚଳ କୁ ପାନୀୟଜଳ ବ୍ୟବସ୍ଥା ଆରମ୍ଭ ହୋଇପାରିନି | ଖଲ୍ଲିକୋଟ NAC ପ୍ରତିବର୍ଷ ଜଳଛତ୍ର ନାମରେ ଲକ୍ଷାଧିକ ଟଙ୍କା ବ୍ୟୟ କରୁଥିବାବେଳେ ସହର ର ବସ ସ୍ଟାନ୍ଡ , ନିର୍ମଳଝର ଛକ ଓ ତୋଟା ଗାଁ ଛକ ପ୍ରଭୃତି ଜାଗାରେ ଥଣ୍ଡା ପାନୀୟଜଳ ପ୍ରକଳ୍ପ ଆରମ୍ଭ କରିବାରେ ଅସମର୍ଥ ହୋଇଛି | ଏଣେ ସହରବାସୀଙ୍କୁ ଦିଆ ଯାଉଥିବା ପିଇବା ପାଣି ଠିକ ଢଙ୍ଗରେ klorin ହୋଇନଥିବାରୁ ବେଳେବେଳେ ଏହା ବ୍ୟବହାର ଅନୁପଯୋଗୀ ହୋଇପଡୁଛି | ଗତ ୨୦୧୪ମସିହା ରୁ ଖଲ୍ଲିକୋଟ ସହରକୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ଋଷିକୂଲ୍ୟା ର କଂସାରିଗଣ୍ଡ ଠାରୁ ପାଣି ଆଣିବା ପାଇଁ ୪୦କୋଟି ଟଙ୍କା ର ପ୍ରକଳ୍ପ ପ୍ରସ୍ତୁତ ହୋଇ ରାଜ୍ୟସରକାରଙ୍କ ଅନୁମୋଦନ ଅପେକ୍ଷାରେ ପଡ଼ିରହିଛି | ସର୍ବୋପରି ରାଜନୈତିକ ଇଛା ଶକ୍ତି ଓ ସରକାରୀ କଳ ର ତତ୍ପରତା ଅଭାବରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ନେଇ ବିଳମ୍ବ ଘଟୁଥିବାବେଳେ ପୁରୀ ଜିଲ୍ଲା ର ୧୯୪ଟି ଗାଁ କୁ କଂସାରିଗଣ୍ଡ ରୁ ପାନୀୟଜଳ ଯୋଗାଣ ପାଇଁ ଗତ ୩ମାସ ତଳେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି | ଖଲ୍ଲିକୋଟ ସହରକୁ ପାନୀୟ ଜଳ କ୍ଷେତ୍ର ର ଅବହେଳା ନେଇ ସାଧାରଣ ରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି |
|
|


