ଖଳାଗଡିଆରେ ଅଗ୍ନିକାଣ୍ଡ, ୩ବଖରା ଘର ଜଳିଗଲା
ହାଟଡ଼ିହି : ସଢ଼ା ପଞ୍ଚାୟତ ଖଳାଗଡିଆ ଗାଁରେ ଗତକାଲି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ଶରତ ପୁହାଣଙ୍କ ୪ବଖରା ଘର ପୋଡି ଭଷ୍ମୀଭୁତ ହୋଇଯାଇଛି । ସନ୍ଧ୍ୟା ସମୟରେ ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ତାଙ୍କର ଗୋଟିଏ ବଖରା ଗୁହାଳ ଘର ସହିତ ଆଉ ୩ବଖରା ବାସଘର ପୋଡି ଯାଇଥିଲା । ଖବରପାଇ ହାଟଡିହିରୁ ଦମକଳ ପହଞ୍ଚି ନିଆଁକୁ ଆୟତ କରିଥିଲା । ଏହି ଅଗ୍ନିକାଣ୍ଡରେ ୫୦ହଜାରରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା କୁହାଯାଉଛି ।


