ଖଳାରେ ଥିବା ଅମଳ ଧାନ ନିଆଁ ରେ ପୋଡି ନଷ୍ଟ

କଳାହାଣ୍ଡି,(ୱାଇଏନ୍ଏସ୍): ବର୍ଷକର ଅମଳ ନିମିଶକ ମଧରେ ପୋଡି ପାଉଁଶ । ପୁଣି ଧାନ କିଆରୀ ରେ ଗଚ୍ଚିତ ଅବସ୍ଥାରେ ଅମଳ ଧାନ ପୋଡି ପାଉଁଶ । ଅମଳ ଧାନ ନିମିଶକ ମଧରେ ହୋଇଗଲା ଧୂଳିସାତ । କଳାହାଣ୍ଡି ଜିଲା ଧର୍ମଗଡ ଥାନା ବଗାଡ ଗାଁ ରେ ଚାଷୀ ଙ୍କ ଗଛିତ ଧାନରେ ଦୁର୍ବୁତ୍ତ ଲଗେଇଲେ ନିଆଁ । ଆଜି ଅପରାହ୍ନ ସମୟରେ ଘଟିଛି ଏଭଳି ଘଟଣା । ବଗାଡ଼ ଗାଁ ର ଜୈନିକ ଚାଷୀ ପଦ୍ମନ ରଣା ଙ୍କ ନିଜ ଧାନ ଅମଳ କରି ନିଜ ଖଳାରେ ସାଇତି କରି ରଖିଥିଲେ ହେଲେ ହଟାତ ନିଆଁ ଲଗାଇ କୌଣସି ଦୁର୍ବୁତ୍ତ ଚମ୍ପଟ ମାରିଥିବା ଅଭିଯୋଗ । ଅଭିଯୋଗ ପାଇଁ ଘଟଣା ସ୍ତଲରେ ଧର୍ମଗଡ଼ ଅଗ୍ନିଶମ ଵିଭାଗ ନିଆଁ ଆୟତ କରିବାରେ ଲାଗିପଡିଛି। ହେଲେ ଅଗ୍ନିଶମ ବିଭାଗ ପହଂଚିବା ପୂର୍ବରୁ ସବୁ ପରିଶ୍ରମ ନିଆଁରେ ପୋଡ଼ି ଚାଷୀ ଙ୍କ ପରିଶ୍ରମ ପାଉଁଶ । ଖବର ନେବାରୁ ଜଣାଯାଏ ଯେ ବର୍ତ୍ତମାନ ସୁଧା କ୍ଷୟକ୍ଷତି ର ଆକଳନ ଜଣା ପଡିଥିବା ନଥିବା ବେଳେ ବିଭାଗୀୟ ଅଧିକାରୀ ପହଂଚି ନଥିବା ଜଣାଯାଇଛି । ପ୍ରଶାସନିକ ଅଧିକାରୀ ପହଁଚି କ୍ଷୟକ୍ଷତି ର ଆକଳନ ପରେ ପ୍ରକୃତ କ୍ଷୟକ୍ଷତି ର ଆକଳନ ଜଣାପଡିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ