ଖସିପୁର ମାଇନର କେନାଲରେ ପାଣି ଯାଉନି; ଚାଷୀ ହତାଶ  

ହାଟଡିହି,(ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ରମ୍ପାସ ଡିଷ୍ଟ୍ରୁବୁଟାରୀ ରୁ ବାହାରିଥିବା ଖସିପୁର ମାଇନର କେନାଲରେ ପାଣି ଯାଉ ନଥିବାରୁ ଚାଷୀମାନେ ହତାଶ ହୋଇପଡିଛନ୍ତି । କେନାଲ ମରାମତି ନାମରେ ପ୍ରତିବର୍ଷ ଘାସ ସଫା କରାଯାଉଥିଲେ ମଧ୍ୟ ଏହି କେନାଲର ଉପର ମୁଣ୍ଡ ରମ୍ପାସ ଡିଷ୍ଟ୍ରୁବୁଟାରୀ ନିକଟରେ ଘାସ ସଫା ଓ କେନାଲ ଘାଇ ପୋତାଯାଇ ନଥିବାରୁ କେନାଲରେ ପାଣି ଟୋପାଏ ଯାଇ ପାରୁ ନାହିଁ । ଫଳରେ ଏହିି କେନାଲା ଉପରେ ନିର୍ଭର କରୁଥିବା ଇଶଳା, ସଡଙ୍ଗା, ଖସିପୁର, ଟୁକୁଣା ପ୍ରଭୃତି ଗ୍ରାମର ଚାଷୀମାନେ ପାଣି ଟୋପାଏ ପାଇବାପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଏବେ ଚାଷ ସବୁ ନଷ୍ଟ ହେବାକୁ ବସିଲାଣି । ବର୍ତ୍ତମାନ ଏହିସବୁ ଅଞ୍ଚଳରେ ଧାନ ଫୁଲ ଖେଳାଇ ଥୋଡ ଢ଼ୋକୁଥିବା ସମୟରେ ବିଲରେ ପାଣି ଟୋପାଏ ନଥିବାରୁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି । ଜଳସମ୍ପଦ ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ଦିନେ ଦୁଇଦିନ ଭିତରେ ଘାଇପୋତି ଜଳସେଚନର ବ୍ୟବସ୍ଥା କରାଇଲେ ଚାଷଜମି ଗୁଡିକ ମରୁଡିରୁ ରକ୍ଷା ପାଇ ପାରନ୍ତା ବୋଲି ଚାଷୀ ଅରୁଣୋଦୟ ପ୍ରଧାନ, ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ, ସନାତନ ନାୟକ, ନଟବର ସା, ଇନ୍ଦ୍ରମଣି ଦେଓ, ବ୍ରହ୍ମାନନ୍ଦ ମହାନ୍ତି, ଜଳଧର ମହାନ୍ତି, ପଦ୍ମନାଭ ପାତ୍ର, ବାଇଧର ସା, ଗଙ୍ଗାଧର ମହାନ୍ତି, ପର୍ଶୁରାମ ପ୍ରଧାନ, ଦୟାନିଧି ପ୍ରଧାନ, ପ୍ରମୁଖ ଚାଷୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ