ଖସିଲା କାର,୨ ମୃତ ୩ ଗୁରୁତର
ପାରଳାଖେମୁଣ୍ଡି,(ଯୁଗାବ୍ଦ ନ୍ୟୁଜ୍): ବିଳମ୍ବିତ ରାତିରେ ବ୍ୟାରେଜକୁ ଖସିପଡିଲା କାର। ଏହା ଯୋଗୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ପରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁବାର ବିଳମ୍ବିତ ରାତ୍ରିରେ ପାରଳାଖେମୁଣ୍ଡିରୁ କାକିନାଡା ଅଭିମୁଖେ ଯାଉଥିବା ଗୋଟିଏ କାର ଆନ୍ଧ୍ରପ୍ରଦେଶର ଗୋଟା ବ୍ୟାରେଜରୁ ଖସି ପଡ଼ିବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକ ଦ୍ୱୟ ହେଉଛନ୍ତି କାକିନାଡାର ଏନଭିଏସ ପବନ(୩୨), ଖମାମର ବି. ଚନ୍ଦ୍ର(୪୫) ସେହିପରି ଗୁରୁତର ହୋଇଛନ୍ତି କାକିନାଡାର ଏସ୍. ପ୍ରବିଣ, ବୋବିଲିର ଏସ. ମହେଶ୍ୱର ରାଓ, ମୋଗଲତୁରୁର ପି. ଭି. ଗୁରୁପ୍ରସାଦ ବୋଲି ହିରୋମଣ୍ଡଳ ଥାନା ଅଧିକାରୀ ଜଣାଇଛନ୍ତି। ସେମାନେ ପାରଳାଖେମୁଣ୍ଡି ସାଙ୍ଗର ବାହାଘରକୁ ଆସି ଫେରିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ।