ଖସିଲା ମଦ ଉପରେ ଲାଗୁ ଥିବା ସ୍ୱତନ୍ତ୍ର କୋଭିଡ ଶୁଳ୍କ

ଭୁବନେଶ୍ୱର : ଖସିଲା ମଦ ଉପରେ ଲାଗୁ ଥିବା ସ୍ୱତନ୍ତ୍ର କୋଭିଡ ଶୁଳ୍କ । ଏବେ ୫୦ ପ୍ରତିଶତ ନୁହେଁ, ୧୫ ପ୍ରତିଶତ ଶୁଳ୍କରେ ମିଳିବ ମଦ । ଅନ୍ୟ ପଡୋଶୀ ରାଜ୍ୟର ଅତିରିକ୍ତ ଶୁଳ୍କକୁ ଦେଖି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଏବେ ଅତିରିକ୍ତ ୫୦ ପ୍ରତିଶତ ନୁହେଁ, ୧୫ ପ୍ରତିଶତ ଶୁଳ୍କରେ ମିଳିବ ମଦ । ମଦ ଉପରେ ଅତିରିକ୍ତ କୋଭିଡ ଶୁଳ୍କରୁ ୨୦୦ କୋଟି ଟଙ୍କା ମିଳିଛି ।
ଜୁଲାଇ ପହିଲାରୁ ଆରମ୍ଭ ହୋଇଛି ଅଫ୍‌ଲାଇନ୍‌ରେ ମଦ ବିକ୍ରି । ଗ୍ରାହକମାନେ କାଉଣ୍ଟର ସାମ୍ନାରୁ ମଦ କିଣିଛନ୍ତି । କିନ୍ତୁ ଏଥିରେ ଟେନସନ ସାଜିଛି ‘ଇ-ଟୋକନ୍‌’ । ଏ ନୂଆ ସିଷ୍ଟମ ଅନେକ ଗ୍ରାହକଙ୍କୁ ବୁଝାପଡୁନି । ଓଡି଼ଶା ଷ୍ଟେଟ୍‌ ବ୍ରେଭରେଜ୍‌ କର୍ପୋରେସନ(ଓଏସ୍‌ବିସି)ର ୱେବ୍‌ସାଇଟ୍‌କୁ ଯାଇ ମଧ୍ୟ ସ୍ଲଟ ବୁକିଂ କରିପାରୁ ନାହାନ୍ତି । ଯାହାକୁ ନେଇ ଦ୍ୱନ୍ଦ ଦେଖାଦେଇଛି । ମଦ କାଉଣ୍ଟର ସାମ୍ନାରୁ ଭିଡ଼ କମାଇବା ଲକ୍ଷ୍ୟରେ ଅବକାରୀ ବିଭାଗ ପକ୍ଷରୁ ଇ-ଟୋକନ୍‌ ବ୍ୟବସ୍ଥା କରାଯାଇଛି । ପାନୀୟ ନିଗମ ୱେବ୍‌ସାଇଟ୍‌ରୁ ଦୋକାନ ଖାଲି ରହୁଥିବା ସମୟରେ ହିଁ ସ୍ଲଟ ବୁକିଂ କରିହେବ । ପ୍ରତି ସ୍ଲଟରେ ବୁକିଂ ହୋଇଥିବା ୧୦ଜଣ ଗ୍ରାହକ ଏକାବେଳକେ ସାମାଜିକ ଦୂରତା ନିୟମ ମାନି ମଦ କିଣିବାକୁ ଅନୁମତି ମିଳିଛି । କିନ୍ତୁ ଅନେକ ଗ୍ରାହକଙ୍କୁ ଏହି ସିଷ୍ଟମ ବୁଝାପଡୁନି । ମଦ କାଉଣ୍ଟର ୧୨ ଘଣ୍ଟିଆ ସାହାଣ ମେଲା ସତ୍ତେ୍ୱ ଆଜି ପ୍ରଥମ ଦିନରେ ଗ୍ରାହକଙ୍କ ଦର୍ଶନ ମିଳି ନଥିଲା । ରାଜଧାନୀର ଅଧିକାଂଶ ମଦ ଦୋକାନ ଦିନ ତମାମ ଖାଁ ଖାଁ ଲାଗୁଥିଲା । କିଛି କାଉଣ୍ଟର ସାମ୍ନାରେ ଅଳ୍ପ ସଂଖ୍ୟକ ଗ୍ରାହକ ଧାଡି଼ ବାନ୍ଧି ମଦ କିଣୁଥିବା ଦେଖା ଯାଇଥିଲା । ଅପରାହ୍ଣ ବେଳାକୁ କିଛି ମାତ୍ରାରେ ଲୋକଙ୍କ ଭିଡ ବଢ଼ିଥିଲା । ଗ୍ରାହକ ନଥିବାରୁ ମଦ କାଉଣ୍ଟର ସାମ୍ନାରେ ବ୍ୟାରିକେଡର ଆବଶ୍ୟକତା ପଡି଼ନଥିଲା । ଇ-ଟୋକନ୍‌କୁ ନେଇ ଗ୍ରାହକ ଓ ମଦ ଦୋକାନ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଦେଖା ଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ