ଖସୁଛି ତାପମାତ୍ରା ; ବଢ଼ିବ କୁହୁଡ଼ି

ଭୁବନେଶ୍ୱର : ସବୁଠି କମୁଛି ରାତିର ତାପମାତ୍ରା । ଦାରିଙ୍ଗବାଡ଼ିଠାରୁ ଆରମ୍ଭ କରି ସୁନ୍ଦରଗଡ଼ ପର୍ଯ୍ୟନ୍ତ, ରାତିର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସି ଆସିଛି । ଉପକୂଳ ଓଡ଼ିଶାର ବି ଅଧିକାଂଶ ସହରର ତାପମାତ୍ରା ୨ ଡିଗ୍ରି ପର୍ଯ୍ୟନ୍ତ ଖସିଛି । ଗତକାଲି କଟକରେ ରାତିର ତାପମାତ୍ରା ୧୬.୨ ଡିଗ୍ରିକୁ ହ୍ରାସ ପାଇଥିଲା । ବାଲେଶ୍ୱର ତାପମାତ୍ରା ବି ୧୬.୬, ଭୁବନେଶ୍ୱରରେ ୧୭.୮ ଡିଗ୍ରି ରେକର୍ଡ କରାଯାଇଛି । ଦକ୍ଷିଣ, ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ କୁହୁଡ଼ି ହେଉଥିବାରୁ ଜନଜୀବନ ବି ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ ପରିବର୍ତନ ହେବନି । ସକାଳୁ ଭୁବନେଶ୍ୱରରେ ସାମାନ୍ୟ କୁହୁଡ଼ି ପଡ଼ିବା ସହ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରି ଭିତରେ ରହିବ । ଆଜି ସକାଳୁ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରି ରେକର୍ଡ କରାଯାଇଛି । ଏହାବ୍ୟତୀତ ସୁନ୍ଦରଗଡ଼ରେ ୧୨.୫, କୋରାପୁଟରେ ୧୩.୬, ଅନୁଗୁଳରେ ୧୩.୬, ଫୁଲବାଣୀରେ ୧୩.୮, ଟିଟିଲାଗଡ଼ରେ ୧୪.୧ ଡିଗ୍ରି ରହିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ