ଖାଇଛନ୍ତି କି ଏହି ଛତୁ, ସ୍ୱାଦରେ ଓ ମୂଲ୍ୟରେ ଇଲିସିକୁ ବି ପଛରେ ପକାଇଦେବ
ଭୁବନେଶ୍ୱର: ବାହାରେ ଝିପିଝିପି ବର୍ଷା ହେଉଥିବ ଆଉ ଆପଣଙ୍କ ସାମ୍ନାରେ ଥିବ ବାଲି ଛତୁର ପକଡା ବାଲିଛତୁ, ବର୍ଷକର କିଛି ଖାସ ସମୟରେ ହିଁ ମିଳିଥାଏ । ଗୋଟିଏ ପଟେ ଶ୍ରାବଣର ବର୍ଷା ଅନେକଙ୍କୁ ଭାବୁକ କରିଦେଇଥିବାବେଳେ କବି ପାଇଁ ଶ୍ରାବଣୀ ତ କିଛିଙ୍କ ପାଇଁ ନିଆରା କାହାଣୀ ସୃଷ୍ଟି କରିଥାଏ । କିନ୍ତୁ ଖାଦ୍ୟ ପ୍ରେମୀଙ୍କ ପାଇଁ ଏହି ଶ୍ରାବଣ ଦେଇଥାଏ । ଏମିତି କିଛି ଛତୁର ପସରା ଯାହାକୁ ବର୍ଷା ପରେ ବେଶ ଝୁରିଥାନ୍ତି ଖାଦ୍ୟପ୍ରେମୀ । ଆମେ ଆଜି ଆପଣଙ୍କୁ କହିବୁ ଏମିତି ଦୁଇଟି ଛତୁ ବିଷୟରେ ଯାହାକୁ କେବେ ବି ·ଷ କରିହୋଇନଥାଏ, କେବଳ ପ୍ରକୃତି ହିଁ ଦେଇଥାଏ ।
ଶ୍ରାବଣୀ ଛତୁ
ଖାଦ୍ୟପ୍ରେମୀଙ୍କ ଖାଇବା ମିଜାଜ ପାଇଁ ବି ଶ୍ରାବଣ କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରିଥାଏ । ତାହା ହେଉଛି ଶ୍ରାବଣୀ ଛତୁ । ଏହାର ଅନ୍ୟନାମ ହେଉଛି ନାଡ ଛତୁ । ବର୍ଷକୁ ମାତ୍ର ଥରେ ଅର୍ଥାତ ବର୍ଷାରେ ମାଟିକୁ ତାଡି ଫୁଟିଥାଏ ଏହି ଛତୁ । ସ୍ୱାଦ ଯେମିତି ନିଆରା ସେତିକି ଚଢା ଥାଏ ଏହାର ମୂଲ୍ୟ । କିଲୋ ପିଛା ୪୦୦ ଟଙ୍କାରୁ ଆରମ୍ଭ କରି ୧୦୦୦ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ପହଁଚିଯାଇଥାଏ । ବଡ କଥା ହେଉଛି ରେଟ ଯେତେ ବି ବଢ଼ୁପାଟିର ଲାଳ ହିଁ କହିଦେଇଥାଏ ଏହି ଛତୁ ପାଇଁ କେତେଥାଏ କ୍ରେଜ । ଓଡ଼ିଶାର ପାହାଡି ଜିଲ୍ଲାମାନଙ୍କରେ ଏହି ଦିନରେ ମିଳିଥାଏ ଶ୍ରାବଣୀ ଛତୁ ।
ବାଲି ଛତୁ
ବାଲି ଛତୁ ଖୋଲା ପଡ଼ିଆରେ ଛୋଟ ଓ ବଡ ଆକାରରେ ଫୁଟିଥାଏ । ଏହି ବାଲିଛତୁକୁ ଭାଜି ଖିଆଯିବା ସହ ଆ·ର ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଏ । ବଡ କଥା ହେଉଛି ବାଲିଛତୁ ସହ ସାଧବବୋହୁର ସମ୍ପର୍କ ମଧ୍ୟ କିଛି ଖାସ ଥାଏ । ବାଲିଛତୁ ଉପରେ ସାଧବ ବୋହୁ ·ଲୁଥିବାର ଦୃଶ୍ୟ ଅନେକଙ୍କୁ ଏବେ ବି ପିଲାଦିନର ସ୍ମୃତି ମନେ ପକାଇଦେଇଥାଏ । ଓଡ଼ିଶାର ପାହାଡି ଅଂଚଳମାନଙ୍କରେ ଏହି ଛତୁକୁ ସଂଗ୍ରହ କରାଯାଇ ବିକ୍ରୟ କରାଯାଇଥାଏ । ବିଶେଷ କରି ବାଲିଛତୁ କିଲୋ ପିଛା ୪୦୦ ଟଙ୍କାରୁ ୬୦୦ ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ ।


