ଖାଇଲେ ଭିନ୍ନକ୍ଷମ ମହିଳାଙ୍କ ଭତା ଟଙ୍କା

ବୌଦ୍ଧ , ଛାଡିଲେନି ଭିନ୍ନକ୍ଷମ ମହିଳାଙ୍କୁ । ଶେଷରେ ଭିନ୍ନକ୍ଷମ ମହିଳାଙ୍କ ମାସିକ ଭତା ଟଙ୍କା କୁ ବି ଖାଇଗଲେ ପଂଚାୟତର ବାବୁ ମାନେ । ଏଭଳି ସାଂସଘାତିକ ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପିତାମ୍ବରପୁର ପଂଚାୟତ ଅନ୍ତର୍ଗତ ଶରଧାପୁର ଗାଁ ହରିଜନ ସାହି ରୁ । ଗ୍ରାମର ୩୮ ବୟଷ୍କ ଭିନ୍ନକ୍ଷମ ଦୁତିକା ବେହେରା ନାମକ ମହିଳା ଙ୍କ ଗତ ଦୁଇମାସ ହେବ ଭତା ଟଙ୍କା ରୁ ୨୦୦ ଟଙ୍କା ଲେଖାଏଁ ରଖୁଛନ୍ତି ପଂଚାୟତ ନିର୍ବାହୀ ଅଧିକାରୀ । ପୁର୍ବରୁ ଦୁତିକା ମାସକୁ ୫୦୦ ଟଙ୍କା ଲେଖାଏଁ ଭତା ପାଉଥିବାବେଳେ ଗତ ୪ ମାସ ହେବ ୭୦୦ ଟଙ୍କା ଲେଖାଏଁ ଭତା ଟଙ୍କା ପାଉଥିଲେ । ହେଲେ ଦୁଇମାସ ୭୦୦ ଟଙ୍କା ଲେଖାଏଁ ଭତା ଟଙ୍କା ପାଇଥିବାବେଳେ ଏବେ ଦୁଇମାସ ୭୦୦ ଟଙ୍କାରୁ ୨୦୦ ଟଙ୍କା କାଟି ୫୦୦ ଟଙ୍କା ଦିଆଯାଇଥିବା ଅଭିଯୋଗ କରିଛନ୍ତି । ଏନେଇ ପଂଚାୟତ ନିର୍ବାହୀ ଅଧିକାରୀ ଙ୍କ ନିକଟରେ ଅଭିଯୋଗ କରିଥିଲେ ବି ଏହାର କୌଣସି ଉତର ଦେଉନଥିବା କହିଛନ୍ତି ଅଭିଯୋଗକାରୀ । ଏପଟେ ମହିଳା ଜଣକ ଦୁଇମାସ ହେବ ୨୦୦ ଟଙ୍କା ଲେଖାଏଁ କମ ପାଉଥିବାରୁ ନିଜେ ଚଳିବା କଷ୍ଟ ହେଉଥିବା କହିଛନ୍ତି । ତୁରନ୍ତ ଘଟଣାର ତଦନ୍ତ କରି ମିଳିନଥିବା ଭତା ଟଙ୍କା ଯୋଗାଇଦେବାକୁ ଦାବି କରିଛନ୍ତି ଭିନ୍ନକ୍ଷମ ମହିଳା ଜଣକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ