ଖାଉଟିଙ୍କ ଉଦ୍ଦେଶ୍ୟରେ ଖୋଲିଲା ଆଳୁ ଗୋଦାମ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଲକ୍ଷ୍ମୀ ବଜାର ଠାରେ ଖାଉଟି ମାନଙ୍କ ଚାହିଦାକୁ ଲକ୍ଷ୍ୟ କରି ନୂତନ ଆଳୁ ଗୋଦାମ ଖୋଲିଥିବା ଜଣାଯାଇଛି । ବର୍ତ୍ତମାନ ବଜାରରେ ଆଳୁ ଓ ପିଆଜର ଆକାଶ ଛୁଆଁ ଦର ହୋଇଛି । ବନ୍ତରେ ପୂର୍ବରୁ ଏକମାତ୍ର ଆଳୁ ଗୋଦାମ ଥିବା ବେଳେ ତାହା ଉପରେ ବ୍ଲକର ସମସ୍ତ ରିଟେଲରଙ୍କ ସମେତ ଖାଉଟି ମାନେ ନିର୍ଭର କରିଆସୁଥିଲେ । ଫଳରେ ଖାଉଟି ମାନଙ୍କୁ ସୁଲଭ ମୂଲ୍ୟରେ ସାମଗ୍ରୀ ଯୋଗାଇ ଦେବା ଲକ୍ଷ୍ୟରେ ଏହି ଗୋଦାମ ଖୋଲାଯାଇଥିବା ପ୍ରୋପାଇଟର ପ୍ରକାଶ ନାୟକ କହିଛନ୍ତି । ଏହି ଗୋଦାମରେ ଆଳୁ, ପିଆଜ, ଅଦା, ରସୁଣ, ଶୁଖିଲା ଲଙ୍କା, ଖଲିପତ୍ର, ଦୁନା, ମୁଢି, ବୋବେଇ ରସି, ଅଖା, ଜରି ବସ୍ତା ଆଦି ବିଭିନ୍ନ ସାମଗ୍ରୀ ବିକ୍ରି ହେଉଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ