ଖାଣ୍ଡବା ମହାରାଜା ବିଦ୍ୟାଳୟର ବାର୍ଷୀକ ଉତ୍ସବ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ମହାରାଜା ପବ୍ଲିକ ବିଦ୍ୟାଳୟର ବାର୍ଷୀକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାରଳା ସ୍ୱାଭିମାନ ମଞ୍ଚର ଆବାହକ ଡ.ତିରୁପତି ପାଣିଗ୍ରାହୀ ଯୋଗ ଦେଇଥିଲେ । ଡ.ପାଣିଗ୍ରାହୀ ତାଙ୍କ ଅଭିଭାଷଣରେ କହିଥିଲେ ଛାତ୍ରଛାତ୍ରୀମାନେ ଉତ୍ତମ ବିଦ୍ୟା ଅର୍ଜନ କରି ବିଦ୍ୟାଳୟ,ନିଜ ଅଞ୍ଚଳର ଏବଂ ଜିଲ୍ଲାର ସୁନାମ ରଖିବେ । ସଭା ଶେଷରେ କୃତି ଛାତ୍ରଛ୍ରାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପରେ ରଙ୍ଗାରଙ୍ଗ ସାସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ କଳାକାର ମାନଙ୍କୁ ନେଇ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ଭାବେ ପୁର୍ଣ ଚନ୍ଦ୍ର ମହାପାତ୍ର, ଗବୋରା ତିରୁପତି ରାଓ ବିଦ୍ୟାଳୟର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ