ଖାତକୁ ଖସିଲା ବସ୍ : ୨୦ ମୃତ
କୁଲ୍ଲୁ : ହିମାଞ୍ଚଳ ପ୍ରଦେଶ କୁଲ୍ଲ ବଜାରେ ଏକ ବିରାଟ ଖାତକୁ ଘରୋଇ ବସ ଓଲଟି ୨୦ ଜଣଙ୍କର ମୃତ ହୋଇଥିବା ବେଳେ ୩୦ ଜଣ ଲୋକ ଗୁରୁତର ଆହାତ ହୋଇଛନ୍ତି । ବସଟି ୫୦୦ ଫୁଟ ଗଭୀର ତଳକୁ ଖସିପଡିଛି । ଘରୋଇ ବସ ( HP 66-7065)ଟି କୁଲ୍ଲୁରୁ ଗାଡାଗୁଶୈଳି ଯାଉଥିଲା । ଏହି ବସରେ ୪୦ ରୁ ୫୦ ଲୋକ ଯାତ୍ରା କରୁଥିଲେ ବୋଲି ଆଶଙ୍କା କରାଯାଉଛି । ଆହାତ ମାନଙ୍କୁ ଉଦ୍ଧାର କରିବା ନିମନ୍ତେ ସ୍ଥାନୀୟ ଲୋକ ଓ ପୋଲିସ ପ୍ରଶାସନ ତରଫରୁ ଉଦ୍ୟମ ଜାରୀ ରହିଛି । ନଦୀର ସ୍ରୋତ ପ୍ରବଳ ଜୋର ବୋହି ଥିବାରୁ ରେସ୍କ୍ୟୁ ଅପରେସନ ଚାଲିଛି । ଦୁର୍ଘଟଣାର ଭୟାବହ ଏଭଳି ଘଟିଛି ଯେ ବସଟି ଲୋଚା ହୋଇଯାଇଛ । ଦୂର୍ଘଟଣାରେ ଆହାତ ହୋଇଥିବା ୧୨ ଜଣ ମହିଳା , ୬ ବାଳିକା , ୭ ଶିଶୁ , ୧୦ ଜଣଙ୍କୁ ରେସ୍କ୍ୟୁ କରାଯାଇଛି । ।ଆହାତ ମାନଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।


